ଅମ୍ଫାନ ବାତ୍ୟା ଦ୍ୱାରା ଏକ ବିଶାଳକାୟ ଗଛ ପଡି ଘର ଭାଙ୍ଗି ଯାଇଛି
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ଅମ୍ଫାନ ବାତ୍ୟା ଦ୍ୱାରା ବିଜତୋଳା ବ୍ଲକ ଅନ୍ତର୍ଗତ ଦାମୁଡ଼ିଗୋଡ଼ା ଗ୍ରାମ ର ରାଇମଣୀ ମାର୍ଣ୍ଡି ,ସ୍ଵାମୀ କାମୁ ମାର୍ଣ୍ଡି ଙ୍କ ଘର ଉପରେ ଏକ ବିଶାଳକାୟ ଗଛ ପଡି ଘର ଭାଙ୍ଗି ଯାଇଛି ଏବଂ ସେ ଗୁରୁତର ଆହତ ହୋଇ ମେଡିକାଲ ରେ ଚିକିତ୍ସିତ ହୋଇଥିଲେ।ମୟୁରଭଞ୍ଜ ବିଜେଡ଼ି ସଦର ସଭାପତି ଶ୍ରୀ କାଶୀନାଥ ହେମ୍ବ୍ରମ ତାଙ୍କ ଘରକୁ ଯାଇ ତାଙ୍କ ଘର ନିର୍ମାଣ ଓ ଚିକିତ୍ସାର ନିର୍ଭର ପ୍ରତିଶୃତି ଦେଇଛନ୍ତି।ଶ୍ରୀ ହେମ୍ବ୍ରମ ଙ୍କ ସହ ଯୁବ ସଂଗଠକ ଗିଣେଶ ମିଶ୍ର, ସ୍ଥାନୀୟ ବିଜେଡି ନେତା ରାମଚନ୍ଦ୍ର ଟୁଡୁ,ଜିଲ୍ଳା ବିଜେଡି ଯୁବ ସାଧାରଣ ସମ୍ପାଦକ ବିଜୁ ବେହେରା, ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ଦୀପକ ମିଶ୍ର, ତୁଶୀଲ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି କ୍ଷତିଗ୍ରସ୍ତ ପରିବାର ର ମନୋବଳ ଦୃଢ଼ କରିଥିଲେ।


