ମଞ୍ଜୁରୀରୋଡ଼ ମେଡିକାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ଅଚାନକ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ପରିଦର୍ଶନ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ମେଡିକାଲ ପରିସରରେ ନିର୍ମାଣ ହେଉଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅତ୍ୟାଧୁନିକ ବହୁମୁଖୀ ଗୃହକୁ ଜିଲ୍ଲାପାଳ ବୁଲି ଦେଖିଥିଲେ । ଏହାଛଡା ମେଡିକାଲର ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ଦିଗରେ ଅନୁଧ୍ୟାନ କରିଥିଲେ । କରୋନା ମହାମାରୀ ପାଇଁ ମେଡିକାଲ ପକ୍ଷରୁ ରୋଗୀ ଦେଖିବା ଉପରେ କଟକଣା ଲଗାଯାଇଥିବା ବେଳେ ଏହାକୁ ତୁରନ୍ତ ପ୍ରତ୍ୟାହାର କରି ପୂର୍ବଭଳି ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ଉପସ୍ଥିତ ଡାକ୍ତରଙ୍କୁ ନିର୍ଦେଶ ଦେଇଥିଲେ । ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ଭଣ୍ଡାରିପୋଖରୀ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ବିଡ଼ିଓ ବିଜୟ କୁମାର ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହକାରୀ ଯନ୍ତ୍ରୀ ଜନ୍ମେଜୟ ଜେନା ଉପସ୍ଥିତ ଥିଲେ ।


