ମଟର ସାଇକେଲ ଡିକି ଭାଙ୍ଗି ଲୁଟିନେଲେ ୭୬ହଜାର

ହାଟଡ଼ିହି, (ବିକାଶ ବିଶ୍ୱାଳ):କିଛଦିନର ନୀରବତା ପରେ ଏବେ ପୁଣି ଲୁଟେରାଙ୍କ ପ୍ରାଦୁର୍ଭାବ ଆରମ୍ଭ ହୋଇଯାଇଛି । ଆଜି ଛେନାପଦିଛକର ଗାଙ୍ଗୁରାମ ମିଠା ଦୋକାନ ସମ୍ମୁଖରୁ ଲୁଟେରାମାନେ ଜଣେ ବ୍ୟକ୍ତିଙ୍କ ବାଇକ ଡିକି ଭାଙ୍ଗି ୭୬ହଜାର ଟଙ୍କା ଲୁଟି ନେଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ସରମଙ୍ଗା ଗ୍ରାମର ରାଜନ ଘଡେଇ ନାମକ ଜଣେ ବ୍ୟକ୍ତି ହାଟଡିହି ବ୍ୟାଙ୍କରୁ ଟଙ୍କା ଉଠାଇ ଗାଡି ଡିକିରେ ରଖି ଛେନାପଦିଛକକୁ ଆସିôତଲେ । ସେ ଗାଙ୍ଗୁରାମ ମିଠା ଦୋକାନକୁ ମିଠା ଆଣିବାପାଇଁ ଯାଇ ଫେରିବାବେଳକୁ ତାଙ୍କ ବାଇକର ଡିକି ଭଙ୍ଗା ଯାଇଥିବା ଓ ଯଙ୍କା ନଥିବା ସେ ଦେଖିବାକୁ ପାଇଥିଳେ । ସେ ସଙ୍ଗେ ସଙ୍ଗେ ନନ୍ଦିପଦା ଥାନାକୁ ଯାଇ ଏ ସମ୍ପର୍କରେ ଅଭିଯୋଗ କରିବାପରେ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ଭ କରିଛନ୍ତି । ଦୁଇଜଣ ଯୁବକ ମୁହଁରେ ମାକ୍ସ ଲଗାଇ ଏକ ଆପାଚି ଗାଡିରେ ତାଙ୍କୁ ହାଟଡିହି ବ୍ୟାଙ୍କ ଠାରୁ ପିଛା କରୁଥିବା ସିସିଟିଭି ରୁ ଦେଖିବାକୁ ମିଳିଛି । ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରି ତଦନ୍ତ ଚଳାଇଥିବା ଥାନା ଆଇଆଇସି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ