୨ଟି ଗୁଜୁରାତି ଖାଇ ହଟାନ୍ତୁ ପେଟର ଚର୍ବି

ଆମ ଦେଶରେ ପ୍ରତି ରୋଷେଇ ଘରେ ଗୁଜୁରାତିର ବ୍ୟବହାର କରାଯାଇଥାଏ। ଖାଇବାର ସ୍ବାଦ ବଢାଇବା ସହ ଅନେକ ଶାରୀରିକ ସମସ୍ୟା ଦୂର କରିଥାଏ ଗୁଜୁରାତି। କିଛି ଲୋକ ଗୁଜୁରାତିକୁ ମାଉଥ୍ ଫ୍ରେସନର ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଗୁଜୁରାତି ଖାଇ ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ଗମ୍ଭୀର ସମସ୍ୟାର ସମାଧାନ ହୋଇଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଉଷୁମ ପାଣି ସହ ଗୁଜୁରାତିକୁ ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ।
୧. ଯଦି ଆପଣ ଆପଣଙ୍କ ପେଟ କମ୍‌ କରିବାକୁ ଚାହାଁନ୍ତି, ତେବେ ରାତିରେ ଶୋଇବା ପୂର୍ବରୁ ୨ଟି ଗୁଜୁରାତି ଖାଇ ଉଷୁମ ପାଣି ପିଅନ୍ତୁ । ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ୍, ଭିଟାମିନ୍ ବି୧, ବି୬ ଏବଂ ଭିଟାମିନ୍ ସି ରହିଥାଏ ଯାହା ଅତିରିକ୍ତ କ୍ୟାଲୋରି ହଟାଇବାରେ ସାହାଯ୍ୟ କରିଥାଏ ।
୨. ଯଦି ଆପଣଙ୍କୁ ରାତି ସମୟରେ ଠିକ୍ ଭାବରେ ନିଦ ହେଉ ନାହିଁ, ତେବେ ଉଷୁମ ପାଣି ସହ ଗୁଜୁରାତି ଖାଇବା ଆରମ୍ଭ କରନ୍ତୁ। ଗୁଜୁରାତିରେ ଥିବା ପୋଷକ ତତ୍ତ୍ବ ଗଭୀର ନିଦ ଦେବାରେ ସାହାଯ୍ୟ କରିଥାଏ ।
୩. ରାତିରେ ଗୁଜୁରାତି ଖାଇ ଶୋଇବା ଦ୍ୱାରା ମୁହଁରେ ଥିବା ବ୍ୟାକ୍ଟେରିଆ ଶେଷ ହୋଇ ଯାଇଥାନ୍ତି। ଏପରି କରିବା ଦ୍ୱାରା କ୍ୟାଭିଟି ଭଳି ସମସ୍ୟା ଦେଖା ଯାଇ ନଥାଏ ।
୪. ଉଷୁମ ପାଣି ସହ ଗୁଜୁରାତି ଖାଇବା ଦ୍ୱାରା କିଡ୍ନୀ ସମସ୍ୟା ବି ଦୂର ହୋଇଥାଏ। ଏପରି କଲେ କିଡ୍ନୀରେ ଥିବା ଷ୍ଟୋନ୍ ଭାଙ୍ଗିବା ସହ ୟୁରିନ୍ ଜରିଆରେ ବାହାରକୁ ଆସି ଯାଇଥାଏ । ଏହା ସହ ଛାତି ପୋଡ଼ିବା ଏବଂ ଆଣ୍ଠୁଗଣ୍ଠି ବିନ୍ଧା ମଧ୍ୟ କମ୍‌ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ