ମଣିଷ ଶରୀରରେ ଝିଟିପିଟି ପଡିଲେ ଶୁଭ ନା ଅଶୁଭ: ଜାଣନ୍ତୁ କିଛି ଅଜଣା କଥା

ଝିଟିପିଟିକୁ ଦେଖିଲେ ସାଧାରଣତଃ ମନରେ ଘୃଣା ଆସିଥାଏ । ଏହାକୁ ଦେଖି କିଛି ଲୋକ ଡରିକି ଦୂରକୁ ଚାଲିଯାଆନ୍ତି । କିନ୍ତୁ କିଛି ଲୋକଙ୍କର ଧାରଣା ଥାଏ ଝିଟିପିଟି ଆମ ଆଖପାଖରେ ରହିବା ଶୁଭଙ୍କର । ଶରୀରରେ କିଛି ଅଙ୍ଗ ଅଛି ଯେଉଁଠି ଝିଟିପିଟ ପଡିଲେ ବହୁତ ଶୁଭ ବୋଲି ଶାସ୍ତ୍ରରେ ମଧ୍ୟ କୁହାଯାଇଛି । ଜାଣନ୍ତୁ ୫ଟି ଅଜଣା କଥା ।
ନଖ ଉପରେ ଝିଟିପିଟି ପଡିଲେ ଅତ୍ୟନ୍ତ ଶୁଭଙ୍କର । ନଖରେ ଝିଟିପିଟି ପଡିବା ଦ୍ୱାରା ଧନ ପ୍ରାପ୍ତି ହେବାର ସଙ୍କେତ ବୋଲି କୁହାଯାଏ ।
ମୁଣ୍ଡରେ ଝିଟିପିଟି ପଡିବା ଅର୍ଥ ଆପଣଙ୍କୁ ଶୀଘ୍ର କୌଣସି କାର୍ଯ୍ୟରେ ଲାଭ ମିଳେ । ଯେମିତି ଯଦି ପେଟ ଉପରେ ପଡିଲା ତେବେ ଆପଣଙ୍କୁ ଗହଣା ମିଳିବାର ସମ୍ଭାବନା ରହିଥାଏ ବୋଲି ବିଶ୍ୱାସ ରହିଛି ।ଝିଟିପିଟି ଓଠ ଉପରେ ପଡ଼ିବା ଧନ ପ୍ରାପ୍ତିର ସଙ୍କେତ ବୋଲି କୁହାଯାଏ । ଝିଟିପିଟିର ଅଣ୍ଟାରେ ପଡ଼ିବା ଅର୍ଥ ଆପଣ ଜଲଦି ଗାଡି କିଣିବାକୁ ଯାଉଛନ୍ତି ।ଝିଟିପିଟି ଡାହାଣ କାନ୍ଧ ଉପରେ ପଡ଼ିବା କୌଣସି କାର୍ଯ୍ୟରେ ସଫଳତା ପାଇବାର ସଙ୍କେତ ଦେଇଥାଏ ।ବାମ କାନରେ ପଡ଼ିବା ଦ୍ୱାରା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ବାମ କାନରେ ଝିଟିପିଟ ପଡ଼ିବା ଧନପ୍ରାପ୍ତିର ସଙ୍କେତ ଦେଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ