ମତଦାନ ନକରିବା ଘଟଣା : ଗଣତନ୍ତ୍ରକୁ ଅସମ୍ମାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଳି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ରହି ମତଦାନ ନକରିବା ଗଣତନ୍ତ୍ରକୁ ଅସମ୍ମାନ ବୋଲି ରାଜ୍ୟ ପଛୁଆବର୍ଗ କଂଗ୍ରେସ ଆବାହକ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର ଓଡିଶା ବିଧାନସଭା ବାଚଷ୍ପତିଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଏକ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦେମାଳ ଗ୍ରାମପଞ୍ଚାୟତର ଭୋଟର ତାଲିକାରେ ବିଧାୟକ ଶ୍ରୀ ଦେବଙ୍କ ନାମ ଥିବା ସତ୍ୱେ ସେ ଗଣତନ୍ତ୍ରର ଅସମ୍ମାନ କରି ଭୋଟଦାନରୁ ନିବୃତ୍ତ ରହିଛନ୍ତି । ଏଭଳି ଘଟଣା ସାରା ରାଜ୍ୟରେ ଚହଳ ପକାଇଛି । ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଧାୟକ ଶ୍ରୀ ଦେବ ଜଣେ ବରିଷ୍ଠ ରାଜନେତା । ଶ୍ରୀ ଦେବଙ୍କ ରାଜପରିବାରକୁ ପୁରୁଷାନୁକ୍ରମେ ଗଣତନ୍ତ୍ରର ମନ୍ଦିରରେ ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯାଇ ଆସୁଛି । ତାଙ୍କ ପରିବାର ସଦସ୍ୟ ରାଜ୍ୟସଭା ଓ ଲୋକସଭାରେ ସାସଂଦ ରହିଥିବା ଓ ଶ୍ରୀ ଦେବ ଓଡିଶା ବିଧାନସଭାର ବିଧାୟକ ଓ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଆସିଥିବା ବେଳେ ତାଙ୍କ ପରିବାର ଠାରୁ ସାରା ଦେଶ ଗଣତନ୍ତ୍ରକୁ ସମ୍ମାନ ଦେବା ଆଶା କରନ୍ତି । କିନ୍ତୁ ଶ୍ରୀ ଦେବ ଗଣତନ୍ତ୍ର ପ୍ରତି ଏଭଳି ଅସମ୍ମାନ ପ୍ରଦର୍ଶନ କରିବା ଘଟଣାକୁ ଗୁରୁତ୍ତର ଭାବେ ଗ୍ରହଣ କରି ବାଚଷ୍ପତି ଶ୍ରୀ ଦେବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଗଣତନ୍ତ୍ରର ମନ୍ଦିର ଓଡିଶା ବିଧାନସଭାର ସମ୍ମାନ ଅକ୍ଷୂର୍ଣ୍ଣ ରଖିବାକୁ ରାଜ୍ୟ ପଛୁଆ ବର୍ଗ କଂଗ୍ରେସ ଆବାହକ ଆଇନଜୀବୀ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ