ଅଙ୍ଗିକାର ବଦ୍ଧ ହେଲେ ଆକାଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ନିଜର ଜନ୍ମଦିନ ଅବସରରେ ଯୁବ ସାମ୍ବାଦିକ ଆକାଶ ଦାସ ମୃତ୍ୟୁ ପରେ ତାଙ୍କ ଶରୀର ଦାନ କରିବାକୁ ଅଙ୍ଗିକାର ବଦ୍ଧ ହୋଇଛନ୍ତି । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚାଲିଥିବା ମେଗା ଶରୀର ଦାନ କାର୍ଯ୍ୟକ୍ରମରେ ପ୍ରେରଣା ପାଇବା ପରେ କେନ୍ଦ୍ରାପଡା ସହର ଉପକଣ୍ଠ ଭ୍ରମରଦିଆପାଟଣା ଗ୍ରାମର ମନୋଜ କୁମାର ଦାସଙ୍କ ପୁଅ ୨୭ବର୍ଷର ଯୁବ ସାମ୍ବାଦିକ ଆକାଶ ତାଙ୍କ ଜନ୍ମ ଦିବସରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ମୃତ୍ୟୁ ପରେ ତାଙ୍କ ଶରୀର ଦାନ କରିବାକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ଅନୁବନ୍ଧିତ ହୋଇଥିବା କହିଛନ୍ତି । ନିଜ ଶରୀରକୁ ପୋଡି ନଷ୍ଟ କରିଦେବା ଅପେକ୍ଷା ଗବେଷଣା ନିମନ୍ତେ ନିଜ ଶରୀରକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଦାନ କରିବାକୁ ଶ୍ରେୟ ମଣିଛନ୍ତି ଆକାଶ । ତାଙ୍କର ଏଭଳି ମନୋଭାବ ପାଇଁ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆକାଶଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ସଭାପତି ଦମନ ମହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ