ମଦ କାରବାର ବନ୍ଦପାଇଁ ଅଣ୍ଟାଭିଡ଼ିଲେ ମହିଳା ସଂଘ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଦିନକୁ ଦିନ ଦେଶୀ ମଦକାରବାର ବୃଦ୍ଧି ପାଉଛି l ଗାଁ ଗାଁରେ କୋରନା କଟକଣାକୁ ଅବମାନନା କରି ଦେଶୀ ମଦ କାରଖାନା ବୃଦ୍ଧି ପାଇଛି ଓ ବହୁଳ ପ୍ରଚଳନ ଚାଲିଛି | ମଦ ପିଇ ଘରେ ଘରେ ଅଶାନ୍ତି ବାତାବରଣ ବିଶୃଙ୍ଖଳା ସୃଷ୍ଟି ହେଉଛି ଘରୁ ଧାନ ଚାଉଳ ଆସବାବପତ୍ର ବିକ୍ରୟ କରି ମଦପିଇ ସର୍ବସ୍ବାନ୍ତ ହେଲେଣି l ଏ ନେଇ ବାଲିଗୁଡା ଥାନା ଅନ୍ତର୍ଗତ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଓ ଗଣ୍ଡିଗୁଡା ରାଜସ୍ବ ଗ୍ରାମରେ ମଦ୍ୟପଙ୍କ ଯୋଗୁଁ ସାମାଜିକ ଅସ୍ଥିରତା ଘରୋଇ ହିଂସା ବୃଦ୍ଧି ପାଇଛି ପାଇଛି l ବୁଡ଼ାଗୁଡା ଫାଣ୍ଡି ବନ୍ଦପରେ ମଦ ଭାଟି ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି l ଅବକାରୀ ବିଭାଗ ମଦ ବ୍ୟବସାୟୀଙ୍କ ଠାରୁ ବଟିନେଇ ଚୁପ ରହୁଥିବା ଅଭିଯୋଗ ହେଉଛି l ବାଲିଗୁଡା ଥାନା ପୋଲିସର ନିୟମିତ ବ୍ୟବଧାନରେ ପାଟ୍ରୋଲିଂ ହେଉନଥିବାରୁ ଚୋରା ମଦ ବ୍ୟବସାୟୀ ଅବାଧରେ ମଦ କାରବାର କରି ଚାଲିଥିବା ଅଭିଯୋଗ ମଧ୍ୟ ହେଉଛି l ଏହାକୁ ବିରୋଧ କରି ମହିଳା ସଂଘ ସମେତ ଗ୍ରାମବାସୀ ବାଲିଗୁଡା ଉପଜ଼ିଲ୍ଲା ପାଳ ଶୁଭଙ୍କର ମହାପାତ୍ର ଏସ ଡି ପି ଓ ମାନସ ରଞ୍ଜନ ବାରିକଙ୍କୁ ମଦକାରବାର ବନ୍ଦପାଇଁ ଦାବୀପତ୍ର ଦେଇଛନ୍ତି l ପୂର୍ବରୁ ବାଲିଗୁଡା ଥାନାରେ ଏନେଇ ଅଭିଯୋଗ କରିଥିବା କହିଛନ୍ତି ଗ୍ରାମବାସୀ l ଅଞ୍ଚଳରେ ମଦ ବନ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି ଉପ ଜ଼ିଲ୍ଲାପାଳ ଓ ଏସ ଡି ପି ଓ ପ୍ରତିଶୃତି ଦେଇଛନ୍ତି l ଅଞ୍ଚଳରେ ମଦ କାରବାରକୁ ରୋକିବାକୁ ପ୍ରଶାସନ କଡା ପଦକ୍ଷେପ ନେବ ବୋଲି ମହିଳା ସଂଘ ଓ ଗ୍ରାମବାସୀ ଆଶାଵ୍ୟକ୍ତ କରିଛନ୍ତି l


