ମଧୁବାବୁ ପେନସନ ଯୋଜନାର ୭୦ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ
ଛତ୍ରପୁର (ଦେବଦତ୍ତ ମହାରଣା) : ଛତ୍ରପୁର ଏନଏସି ପକ୍ଷରୁ କାର୍ଯ୍ୟ ନିର୍ବାହ ଅଧିକାରୀ ଏନ୍. ଗଣେଶ ବାବୁଙ୍କ ଅଧ୍ୟକ୍ଷତାରେ ଏକ ଭତ୍ତା ବଂଟନ କାର୍ଯ୍ୟକ୍ରମ ଛତ୍ରପୁର ଏନଏସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧୁବାବୁ ପେନସନ୍ ଯୋଜନାର ବିଭିନ୍ନ ବର୍ଗର ୭୦ଜଣ ନୂତନ ହିତାଧିକାରୀମାନଙ୍କୁ ଭତା ବଂଟନ କରିବା ସହ ସରକାରଙ୍କ ଜନହିତକର ଯୋଜନା ସଂପର୍କରେ ଅବଗତ କରାଇଥିଲେ । ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଏନଏସିର ପୂର୍ବତନ କାଉନସିଲର ବି. ରାଜି ବାବୁ ଓ ରାଜେଶ କୁମାର ସାହୁ, ଯୁବ ନେତା ଅଟଳ ବିହାରୀ ପଟ୍ଟନାୟକ, ଆଇନଜୀବୀ ବି. ଶ୍ରୀନିବାସ, ସରକାରୀ ଓକିଲ ସୁରେଶ ପଣ୍ଡା, କାଳୀ ପ୍ରସାଦ ଦାସ, ଡ଼ମିନାଥ ସାହୁ, ଆଇନଜୀବୀ ଏଲ୍. ଗୋପାଳପୁର ରାଓ ଓ ସନମୁଖ ପଟ୍ଟନାୟକ, ଏନଏସିର ଗୋଷ୍ଠୀ ଅଧିକାରିଣୀ କବିତାରାଣୀ ଦାସ, କୃଷ୍ଣ ପ୍ରସାଦ ମହାପାତ୍ର, ଯୁଗଳ କିଶୋର ଦାସ, ପ୍ରଭାକର ବେହେରାଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।


