ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗର ସମନ୍ୱୟ ବୈଠକ

ଛତ୍ରପୁର (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ ର କଳା ସଂସ୍କୃତି ସଂଘର ଭାଇସ୍ ପ୍ରେସିଡେଂଟ୍ ଏବଂ ଜିଲ୍ଲା ସଂସ୍କୃତି ବିଭାଗର ସମନ୍ୱୟ ବୈଠକ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କଳାକାର ମାନଙ୍କର ବିିଭିନ୍ନ ବିକାଶ ନିମନ୍ତେ ଆଲୋଚନା ହୋଇଥିବା ବେଳେ ବ୍ଲକ୍ କଳା ଓ ସଂସ୍କୃତି ସଂଘର ଭାଇସ ପ୍ରେସିଡେଂଟ୍ ମାନଙ୍କୁ ପରିଚୟପତ୍ର ପ୍ରଦାନ ନିମନ୍ତେ ସମସ୍ତେ ଦାବି କରିବା ସହ ସରକାରଙ୍କ ବିଭିନ୍ନ ଯୋଜନାମାନ ବିଭିନ୍ନ ଲାଇନ୍ ଡିପାର୍ଟମେଂଟ୍ ପକ୍ଷରୁ ଲୋକ ମାନଙ୍କୁ ସଚେତନା ଓ ଅବଗତ କରିବା ନିମନ୍ତେ ସ୍ଥାନୀୟ କଳାକାର ମାନଙ୍କୁ ସାମିଲ୍ କରାଯିବା ନିମନ୍ତେ ଦାବି କରାଯାଇଛି । ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତିର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ପ୍ରୟାସ ଜ।।ରି ରଖିଥିବା ବେଳେ ଆଜି କଳାକାର ଓ କଳା ସଂସ୍କୃତିର ବିକାଶ ନିମନ୍ତେ ଏହି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହା ସହିତ କଳା ଓ ସଂସ୍କୃତିର କିପରି ଜିଲ୍ଲାରେ ବିକାଶ ହୋଇ ପାରିବ ସେଥି ନିମନ୍ତେ ବିଭିନ୍ନ କାର୍ଯ୍ୟ କରିବାକୁ ସମସ୍ତ ବ୍ଲକ୍ ଭାଇସ ପ୍ରେସିଡେଂଟ୍ ମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିିଥିଲେ । ଏହି ବୈଠକରେ ନଗର କଳା ଓ ସଂସ୍କୃତି ସଂଘର (ବ୍ରହ୍ମପୁର) ଭାଇସ ପ୍ରେସିଡେଂଟ୍ ତଥା ସଂସ୍କୃତି ବିଭାଗର ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ କୃଷ୍ଣଚନ୍ଦ ନିଶଙ୍କ, ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ କୁମାର ଧଳ, ଜିଲ୍ଲା କଳା ଓ ସଂସ୍କୃତିକ ସଂଘର ଭାଇସ ପ୍ରେସିଡେଂଟ୍ ସନ୍ତୋଷ କୁମାର ପାଢ଼ୀ, କିରାଣୀ କେଶବ ବେହେରାଙ୍କ ସମେତ ସମସ୍ତ ବ୍ଲକ୍ ର ବ୍ଲକ୍ କଳା ସଂସକୃତି ସଂଘର ଭାଇସ ପ୍ରେସିଡେଂଟ୍ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ