ଉଜୁଡି ଯାଉଥିବା ତିବତୀୟ ଶରଣାର୍ଥୀ ମାନଙ୍କର କାରିଗରି ହସ୍ତତନ୍ତ

ମୋହନା, (ଅଂଶୁମାନ ପଣ୍ଡା):ପ୍ରାକୃତିକ ଦୃଶ୍ୟରେ ପରିପୂର୍ଣ୍ଣ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଜଙ୍ଗଳ ବୃକ୍ଷରାଜି,ପାହାଡ ପର୍ବତ ସାଙ୍ଗକୁ ଥଣ୍ଡା ପରିବେଶରେ ଶରଣାର୍ଥୀ ଭାବେ ଜୀବନ ବିତାଉଛନ୍ତି ତିବତୀୟମାନେ । ନିଜ ଦେଶ ଠାରୁ ବହୁ ଦୂରରେ ରହି ସୁଦ୍ଧା ନିଜ ମାତୃ ଭାଷା ,ଖାଦ୍ୟ ପାନୀୟ,ବେଶବୁଷା ବସ୍ତ୍ର ପରିଧ୍ୟାନ,ପୂଜା ଅର୍ଚନା ସହ ଉଂତମ କାରିଗରି ହସ୍ତଶିଳ୍ପକୁ ଦେଖିଲେ ଜଣାପଡେ ବହୁ ଦୂରରେ ରହି ସୁଦ୍ଧା ନିଜ ଦେଶ ସଂସ୍କୃତି ପ୍ରତି ପ୍ରେମକୁ ଜୀବନ୍ତ ଭାବେ ରଖିଛନ୍ତ ଫଳରେ ଦୀର୍ଘ ୬୦ବର୍ଷ ଶରଣାର୍ଥୀ ସଂଘର୍ଷ ମଧ୍ୟରେ ମନ୍ଦିର ମାଳିନୀ ମିନି ତିବତଭାବରେ ପରିଚୟ ସୃଷ୍ଠି କଲାଣି ଚନ୍ଦ୍ରଗିରି । ୧୯୫୯ରେ ଚୀନ ସରକାରଙ୍କ ତିବତ ଅକ୍ତିଆର ପରେ ଧର୍ମଗୁରୁ ଦଳାଇଲାମା ଏବଂ ତିବତୀୟ ମାନେ ଭାରତରେ ରାଜନୈତିକ ଶରଣ ନେଲେ । ଭାରତର ତତ୍କାଳୀନ ପ୍ରଧାନମନନ୍ତ୍ରୀ ଜବାହର୍‌ଲାଲ୍‌ଙ୍କ ନିର୍ଦ୍ଦେଶରେ ଓଡିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସେତେବେଳର ଗଂଞ୍ଜାମ ଜିଲ୍ଲାର ଚନ୍ଦ୍ରଗିରି ଠାରେ ୧୯୬୩ ମସିହାରେ ତିବତୀୟ ଶରଣାର୍ଥୀ ମାନଙ୍କର ପୁନର୍ବସତି ଆରମ୍ଭ କରିଥିଲେ । ତିବତ ଦେଶର ପାହାଡ,ବଣଜଙ୍ଗଳ ପରିବେଶ ସହ ଚନ୍ଦ୍ରଗିରିର ପରିବେଶ ମେଳ ଖାଉଥିବାରୁ ୧୯୬୩ ମସିହାରେ ୨୪ଶହ ଶରଣାର୍ଥୀ ମାନଙ୍କୁ ନେଇ ଚନ୍ଦ୍ରଗିରି,ଟାଙ୍କିଲିପଦର,ଲବାରସିଂ,ଜିରାଙ୍ଗ,ମହେନ୍ଦ୍ରଗଡରେ ଥଇଥାନ କରାଯାଇଥିଲା ଚାଷ କାମ ଏମାଙ୍କର ଜୀବିକା ଏକମାତ୍ର ପନଃା ଥିଲା । ପୁନର୍ବସତିର କିଛିବର୍ଷ ପରେ ଆର୍ଥିକ ସ୍ଥିତିକୁ ସୁଦୁଢ କରିବା ପାଇଁ ଗଠିତ ହୋଇଥିଲା ବହୁମୁଖୀ ତିବତୀୟ କୋଅପରେଟିଭ୍ ସୋସାଇଟି । ଏହାର କାମ ହେଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲିଜ୍ ସୁତ୍ରରେ ପ୍ରତ୍ୟେକ ପରିବାରକୁ ମିଳିଥିବା ଚାଷ ଜମିରେ ବିଭିନ୍ନ କିସମର ଚାଷ ସାଙ୍ଗକୁ ବିହନ,ସାର,କମ ସୁଧରେ ଟଙ୍କା ପ୍ରଦାନ କରିବା ସହ କୌଣସି ଚାଷ ଜମି ପଡିଆ ନରହେ ସେଥିପ୍ରତି ଧ୍ୟାନ ଦେବା ହସ୍ତତନ୍ତ ହେଉଛି ତିବତୀୟ କୋଅପରେଟିଭର ଶାଖା । ଯାହାର ନାଁ ହେଲା ତିବତୀୟ ହ୍ୟାଣ୍ଡିକାର୍ପେଟ । ହ୍ୟାଣ୍ଡିକାର୍ପେଟ ସେଂଟରରେ ୩୦ବର୍ଷ ପୂର୍ବ କାର୍ପେଟ ବୁଣି ସ୍ୱାବଲମ୍ବୀ ହେଉଥିଲେ ତିବତୀୟ ଏବଂ ସ୍ଥାନୀୟ ଓଡିଆ ମହିଳାମାନେ । ଚାଷ କାମ ପରେ ଅନ୍ୟ ସମୟରେ ପ୍ରଥମ ପ୍ରର୍ଯ୍ୟାୟରେ ତିବତୀୟ ମହିଳାମାନେ କାର୍ପେଟ ବୁଣି ଟଙ୍କା ରୋଜଗାର କରି ନିଜ ପରିବାର ଆର୍ଥିକ ସ୍ଥିତରେ ଉନ୍ନତି ସହଭାଗିତା ହେଉଥିଲେ । ସେହି ମହିଳା ମାନଙ୍କ କାର୍ଯ୍ୟଶୈଳିକୁ ଅନୁକରଣ କରି ହାତକୁ ହାତ ମିଳାଇ ତିବତୀୟ ମହିିଳା ପ୍ରଶିକ୍ଷକ ତ୍ୱତାବଧ୍ୟାନରେ ସ୍ଥାନିୟ ମହିଳାମାନେ କାର୍ପେଟ ବୁଣିବା ଶିକ୍ଷିବା ସହ କାର୍ପେଟ ତିଆରି ମାଧ୍ୟମରେ ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହେଉଥିଲେ । ୧୯୮୦ ମସିହାରେ କ୍ୟାମ୍ପ ନଂ -୦୩(ଲବାରସିଂ) ଠାରେ ତିବତୀୟ ହ୍ୟାଣ୍ଡିକାର୍ପେଟ ସେଂଟର ସ୍ଥାପନ ହୋଇଥିଲା ସେହି ଅନୁଷ୍ଠାନରେ ତିବତୀୟ ମହିିଳା ପ୍ରଶିକ୍ଷକଙ୍କୁ ନିଯୁକ୍ତି ମିଳିଥିଲା ସେହି ମହିଳାମାନେ ନିଜର କାରିଗରି ସ୍ୱତନ୍ତ୍ର ପ୍ରତିଭା ଦ୍ୱାରା ବୌଦ୍ଧ ସଂକ୍‌ୃତି ପରମ୍ପରା ସାଙ୍ଗକୁ ଭାରତୀୟ ସଂକୃତିର ଜୀବନ୍ତ ପ୍ରତୀବିମ୍ବକୁ ୧୦ରୁ ୧୫ ଜଣ ମହିଳା ମାନଙ୍କୁ ଶିଖାଇ କାରିଗରି ହସ୍ତତନ୍ତ ମାଧ୍ୟମରେ ସମାଜକୁ ପ୍ରଦାନ କରୁଥିଲେ । କାର୍ପେଟ ବୁଣିବା ପାଇଁ କଂଚାମାଲ ପଞ୍ଜାବ ଦିଲ୍ଲୀରୁ ଆଣି ଯୋଗାଉଥିଲା ଅନୁଷ୍ଠାନ । ସେହି ସମୟରେ କାର୍ପେଟ ଚାହିଦା ବଢିବାରୁ ଚନ୍ଦ୍‌ଗିରି କ୍ୟାମ୍ପ ନଂ-୧ରେ ୨ୟ ଶାଖା ସ୍ଥାପନ ହେଲା ଏହି ଶାଖାରେ ପ୍ରଥମେ ୧୦ଜଣ ସ୍ଥାନୀୟ ଅଂଚଳର ଓଡିଆ ମହିଳା ସହିତ ୧୦ ତିବତୀୟ ଯୁବ ମହିଳାଙ୍କୁ ବିନା ଟଙ୍କାରେ ପ୍ରଶିକ୍ଷଣ ଦିଆଯାଇଥିଲା ସେମାନେ କାର୍ପେଟ ବୁଣିବାରେ ପାରଙ୍ଗମ ଓ ସାମର୍ଥ ହାସଲ କଲାପରେ ସେମାନଙ୍କୁ କାର୍ପେଟ ବୁଣିବା ପାଇଁ କଂଚାମାଲ ଯୋଗାଇ ଗୋଟିଏ ଧାଡି ଫିଛା ୫ଟଙ୍କାରୁ ଆରମ୍ଭ ହୋଇ ନମୁନା(ରୂପରେଖା) ଉପରେ ନିର୍ଭର କରି ସର୍ବାଧିକ ୨୦ଟଙ୍କା ପ୍ରଦାନ କରାଯଆଉଥିଲା । ଅଂଚଳର ଆଦିବାସୀ ମହିଳା ମାନଙ୍କୁ କର୍ମ ଯୋଗାଇବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବାପାଇଁ ସୌରା ଉନ୍ନୟନ କାର୍ଯ୍ୟାଳୟ ପରିସରରେର ଜିଲ୍ଲା ପ୍ରଶାସନର ସହଯୋଗରେ କାର୍ପେଟ ବୁଣିବା ତାଲିମ୍ ସେଂଟର ଖୋଲାଗଲା ଏବଂ କିଛି ବର୍ଷ ଏହି ତାଲିମ୍ ସେଂଟରରେ ଶିକ୍ଷା ପ୍ରଦାନ ପରେ ଅନୁଷ୍ଠାନ ବନ୍ଦ ହେଲା ଫଳରେ ତାଲିମ୍ ସେଂଟର ସମସ୍ତ ସଂରଜାମ ନଷ୍ଠ ହେଲା । ସେତେବେଳେ କାର୍ପେଟର ବହୁତ ଚାହିଦା ଥିଲା ଏବଂ ତିବତୀୟ ମାନେ ଚନ୍ଦ୍ରଗିରି ଠାରେ ବୁଣା କାର୍ପେଟକୁ ଭାରତର ବିଭିନ୍ନ ଅଂଚଳରେ ବିକ୍ରିକରି ଏଥିରୁ ଭଲ ଅର୍ଥ ରୋଜଗାର କରୁଥିଲେ ଫଳରେ ଅଂଚଳର ମହିାମାନେ କାମ ପାଇବା ସହିତ ସ୍ୱାବଲମ୍ବୀ ହେଉଥିଲେ । କିନ୍ତୁ ଦୀର୍ଘ ଦିନ ହେବ ସମସ୍ତ କାର୍ପେଟ ବୁଣିବା ତାଲିମ୍ ସେଂଟର ବନ୍ଦ ଅଛି ଫଳରେ ଉଭୟ ସଂମ୍ପ୍ରଦାୟର ମହିଳାମାନେ କାମ ପାଇବାରୁ ବଂଚିତ ହେଲେ । ତିବତୀୟ କାର୍ପେଟ ସେଂଟରର ପୂର୍ବତନ ପରିଚାଳକ ଜାମ୍ପେଲ୍ ଧୁଣ୍ଡୁପ୍ କହିବା ଅନୁସାରେ ଆଦାୟ ଅନୁସାରେ ବିକ୍ରି ପାଇଁ ବଜାର ନଥିବାରୁ ଅନ୍ୟ ରାଜ୍ୟରେ ବିକ୍ରିକଲେ କ୍ଷତି ହେବାସାଙ୍ଗକୁ ଅନ୍ୟ ରାଜ୍ୟରୁ ଆସୁଥିବା କଂଚାମାଲ ଦରବୃଦ୍ଧିସମସ୍ୟା ସହ ବହୁ କ୍ଷତି ସହିବା ଯୋଗଁ ଆଜିର ଦିନରେ ହ୍ୟାଣ୍ଡିକାର୍ପେଟ ସେଂଟରରେ ସଂପୂର୍ଣ୍ଣ ବନ୍ଦ ରହିଛି । ସେତେବେ ଶିକ୍ଷା ପ୍ରଦାନ କରୁଥିବା ଦୁଇଜଣ ମହିଳାପ୍ରଶିକ୍ଷକ ମଧ୍ୟରୁ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ଛିରିଙ୍ଗ ଡୋଗା ଜୀବିତ ଅଛନ୍ତି । ୩୦ବର୍ଷ ପୂର୍ବ ମହିଳା ମାନଙ୍କ ଦ୍ୱାରା ହସ୍ତତନ୍ତ ମାଧ୍ୟମରେ ସ୍ୱାବଲମ୍ବୀ ହେବାସହ ତିବତୀୟ ଓ ଭାରତୀୟ ଶୈଳୀକୁ ସଂରକ୍ଷିତ ବଂଚାଇ ରଖିବାର କରାଯାଇଥିବା ପ୍ରୟାସ ଆଜିର ଦିନରେ ଲୋପ ହେବାରେ ଗଲାଣି । ରାଜ୍ୟ ସରକାର ମିଶନ ଶକ୍ତି ମାଆ ମାନଙ୍କ ଦ୍ୱାରା ନାରୀ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ସମସ୍ତ ମହିଳା ମାନଙ୍କୁ ସମାଜର ମୂକ୍ଷ୍ୟ ସ୍ରୋତକୁ ଆଣି ସେମାନଙ୍କର ଆର୍ଥିକ ଅଭ୍ରିବୃଦ୍ଧି କରୁଥିବା ବେଳେ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଂଚଳରେ ୩୩ବର୍ଷ ପୂର୍ବେ ମୁଣ୍ଡ ଟେକିଥିବା ହ୍ୟାଣ୍ଡିକାର୍ପେଟ ସେଂଟରରେ ସଂପୂର୍ଣ୍ଣ ବନ୍ଦହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠିକରିଛି । ଗଜପତି ଜିଲ୍ଲା ପ୍ରଶାସନ ହ୍ୟାଣ୍ଡିକାର୍ପେଟ ସେଂଟରର ପୂନଃଉଥାନ ପ୍ରତି ଧ୍ୟାନ ଦେଲେ ତିବତୀୟ ମହିଳା ଓ ସ୍ଥାନୀୟ ମହିଳା ମାନଙ୍କର ଆର୍ଥିକ ବିକାଶ ସହ ସ୍ୱାବଲମ୍ବୀ ହୋଇପାବା ସହିତ ଲୋପପାଇବାରେ ଲାଗିଥିବା ହସ୍ତତନ୍ତ ପ୍ରତିଭା ଦ୍ୱାରା ବୌଦ୍ଧ ସଂକ୍‌ୃତି ପରମ୍ପରା ସାଙ୍ଗକୁ ଭାରତୀୟ ସଂସ୍କୃତିକୁ ପୁନର୍ଜୀବିତ ପାଇଁ ପ୍ରଶାସନ ଉଦ୍ୟମ କରିବା ଆବଶ୍ୟକ ବୋଲି ଉଭୟ ସଂମ୍ପ୍ରଦାୟର ବୁଦ୍ଧିଯିବିମାନେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ