ମନରେଗା କାମରେ ଦୁର୍ନୀତି, ବିରୋଧ କରି କାମ ବନ୍ଦ କଲେ ଗ୍ରାମବାସୀ
ଘଟଗାଁ, (ନାରାୟଣ ପଲେଇ):ବିଗତ ଦୁଇ ବର୍ଷ ହେଲାଣି କୋରନା କାୟାରେ ବହୁ ଲୋକ ରୋଜଗାର ହରାଇବା ସହ ସାରା ଦେସର ଆର୍ଥୀକ ସ୍ଥିତି ଦୋହଲି ଯାଇଛି । ଯାହାକୁ ଦୃଷ୍ଠିରେ ରଖି ସରକାର ଗରିବ ଓ ଦିନ ମୁଜୁରିଆଙ୍କୁ ଲକ୍ଡାଉନ୍ ଓ ସଟ୍ଡାଉନ୍ ସମୟରେ ରୋଜଗାର ଯୋଗାଇବା ପାଇଁ ଚଳିତ ବର୍ଷ ମନରେଗା ଯୋଜନାରେ ୧୬୯୦ କୋଟିର ପ୍ୟାକେଜ୍ ଦେଇଛନ୍ତି । କିନ୍ତୁ ଏହି ମନରେଗା ଯୋଜନାରେ ଆସୁଥିବା ଉନ୍ନତି ମୁଳକ କାମ ନାଁରେ ଫଲ୍ସ ବିଲ କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି କିଛି ଦୁର୍ନୀତି ଗସ୍ତ ସରକାରୀ କର୍ମଚାରୀ ଓ ଗାଁ ଗହଳିରେ ଠିକାଦାର ସାଜିଥିବା ଶାସକ ଦଳର କୁଜି ନେତା । ଆଦିବାସି ବହୁଳ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଖଜୁରୀଜୁଆଁଣୀ ଗାଁରେ ବର୍ଷା ପାଣି ସଂରକ୍ଷଣ ନାଁରେ ହୋଇଥିବା କାମରେ ହୋଇଛି ବ୍ୟାପକ ଅନୀୟମିତତା । ଏମିତିକି ହୋଇଥିବା କାମ ଠାରୁ ଅଧିକା ୨ଲକ୍ଷ ଟଙ୍କା ପେମେଟଂ ହୋଇସାରିଥିବା ନିଜେ ଜିଆରଏସ ମହାଶୟ ସ୍ୱିକାର କରିଥିବା ବେଳେ କାମରେ ମଧ୍ୟ ମେସିନ ବ୍ୟବହାର ହୋଇଥିବା ସ୍ୱିକାର କରିଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ଲୋକେ କାମ ପାଉ ନଥିବା ବେଳେ ଗାଁରେ ମେସିନ୍ ସାହାଯ୍ୟରେ କାମ ହେଉଥିବାର ଖବର ପାଇ ଗାଁ ଲୋକେ ଘଟଣାସ୍ଥଳରେ ପହଂଚି କାମ ବନ୍ଦ କରିଛନ୍ତି । ତେବେ ଏ ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଇବାରୁ ସେ ଚିରାଚରିତ ଢଙ୍ଗରେ ତଦନ୍ତ କରି ଦୋଷି ବିରୁଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି ।
ମିଳିଥିବା ସୁଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ମନୋହରପୁର ପଂଚାୟତର ଖଜୁରୀଜୁଆଣି ଗାଁରେ ଚଳିତ ବର୍ଷ ମେ ମାସରେ ମନେରେଗା ଯୋଜନାରେ ବର୍ଷା ଜଳ ସଂରକ୍ଷଣ ପାଇଁ ଦଶ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାମ ଆରମ୍ଭ ହୋଇଛି ଓ ଏବେ ପର୍ଯ୍ୟନ୍ତ ୫୯ଟି ମେଷ୍ଟୋରୋଲ ଦ୍ୱାରା ୬ଲକ୍ଷ ୭୨ହଜାର ୭୩୫ଟଙ୍କା ଖର୍ଚ୍ଚ ହୋଇ ସାରିଛି । ତେବେ ପକୃତ ପକ୍ଷେ ସ୍ଥାନୀୟ ଜିଆରଏସ , ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଠିକାଦାର ସାଜିଥିବା ସ୍ଥାନୀୟ ବିଜେଡି ନେତା ମାନେ ମିଳିତ ଭାବେ ପାଖାପାଖି ୨ଲକ୍ଷ ଟଙ୍କାର ଅଧିକା କାମ ଦେଖାଇ ଜବକାର୍ଡ ଧାରୀଙ୍କୁ ଅଳ୍ପ କିଛି ଅର୍ଥ ଦେଇ ପୁରା ଟଙ୍କାକୁ ହଡପ କରିଛନ୍ତି । ଅନ୍ୟ ପକ୍ଷରେ ଏହି ଦୁର୍ନୀତି ବାବଦରେ କନିଷ୍ଠ ଯନ୍ତ୍ରୀ ଅବଗତ ଥିବା ଓ ଭୁଲ ସଧାରିବାକୁ ଜିଆରଏସଙ୍କୁ କହିଥିବା କଥା କହି ନିଜ ଉପରୁ ଦୋଷ ଛଡାଇବାକୁ ଚେଷ୍ଟା କରିଛନ୍ତି । ତେବେ ବର୍ତମାନ ଯେତେବେଳେ ପାଖାପାଖି ୨ଲକ୍ଷ ଟଙ୍କାର ଦୁର୍ନୀତି ଘଟଣା ସାମ୍ନାକୁ ଆସିଛି ନିଜକୁ ବଂଚାଇବା ପାଇଁ ଠିକାଦାର ଓ ଜିଆରଏସ ଦିନ ଦ୍ୱିପହରରେ ଜେସିବି ମେସିନ ଲଗାଇ କାମ ଆରମ୍ଭ କରିଦେଇଥିଲେ ତେବେ ମନେରେଗା କାମରେ ମେସିନ ବ୍ୟବହାର ହେଉଥିବା ଜାଣି ସ୍ଥାନୀୟ ଲୋକେ କାମ ପାଖରେ ପହଁଚି ଜିଆରଏସଙ୍କୁ ଘେରିବା ସହ କାମକୁ ବନ୍ଦ କରାଇଦେଇଛନ୍ତି । ସ୍ଥାନୀୟ ଲୋକ ମାନେ ସିଧାସଳଖ ସେଠାକାର ବିଜେଡି ନେତା ଓ ସରକାରୀ କର୍ମଚାରୀ ମାନେ ମିଲିଭଗତରେ ଏମିତି ଦୁର୍ନୀତି କରୁଥିବା କହିଛନ୍ତି । ଏମିତିକି ସବୁ କାମ ମେସିନ ସାହାର୍ଯ୍ୟରେ ହେଉଥିବା ଓ ଜବକାର୍ଡ ଧାରୀଙ୍କୁ କାମ ନକରାଇ ଅଳ୍ପ କିଛି ଟଙ୍କା ଦେଇ ପୁରା ଟଙ୍କାକୁ ଠିକାଦାର ମାନେ ଉଠାଇ ନେଉଥିବାର ଅଭିଯୋଗ ହୋଇଛି । ଗ୍ରାମବାସୀ ମାନେ କାମ ବନ୍ଦ କରିବା ପରେ ଆମେ ଘଟଗାଁ ବିଡିଓ ନାରାୟଣ ସାହୁଙ୍କର ପ୍ରତିକ୍ରିୟା ନେବା ପାଇଁ ପହଁଚିଥିଲୁ ତେବେ ବିଡିଓ ମହାଶୟ ଚିରାଚରିତ ଢଙ୍ଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଉତର ଦେଇଛନ୍ତି । ତେବେ ସରକାର ଗରିବ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶାସକ ଦଳର କର୍ମୀ ଓ ସରକାରୀ ଅଧିକାରୀ ମାନେ ମିଲିଭଗତରେ ନିଜ ପକେଟ ଗରମ କରିବାରେ ଲାଗିଛନ୍ତି ଯାହା ଏଠାରେ ପ୍ରମାଣିତ ହୋଇଛି । ଆହୁରୀ ମଧ୍ୟ ଏଠାରେ ମୋ ସରକାର ଓ ୫ଟି ପୁରା ସ୍ଥାଣୁ ପାଲଟି ଯାଇଥିବା ଦେଖାଯାଇଛି ।


