ମନୋରମା ବିଶ୍ଵାଳ ମହାପାତ୍ର ପାଇବେ କୋଣାର୍କ ସାହିତ୍ୟ ସମ୍ମାନ
ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ଼ିସେମ୍ବର ୪ ତାରିଖ ରେ ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ପରିସର ରେ କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏହି ଅବସର ରେ ସାହିତ୍ୟ ଆଲୋଚନା, ବ୍ୟଙ୍ଗ କବିତା ଆସର, ଅଣୁ ଗଳ୍ପ ଓ କବିତା ପାଠ, ପୁସ୍ତକ ଉନ୍ମୋଚନ ସହିତ ୯ଜଣ ସାରସ୍ଵତ ପ୍ରତିଭା ଙ୍କୁ ଚଳିତ ବର୍ଷ ସମ୍ବର୍ଦ୍ଧିତ କରାଯିବ ବୋଲି କୋଣାର୍କ ସାହିତ୍ୟ ସଂସଦ ର ସଭାପତି ତଥା ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ସଭାପତି ତିବିକ୍ରମ୍ ରାମକୃଷ୍ଣ ମହାପାତ୍ର ପ୍ରକାଶ କରିଛନ୍ତି। ବିଶିଷ୍ଟ କବୟିତ୍ରୀ ମନୋରମା ବିଶ୍ଵାଳ ମହାପାତ୍ର ଙ୍କୁ ତାଙ୍କ ଜୀବନ ବ୍ୟାପୀ ସାହିତ୍ୟ ସାଧନା ପାଇଁ କୋଣାର୍କ ସାହିତ୍ୟ ସମ୍ମାନ ରେ ସମ୍ମାନିତ କରାଯିବ ବୋଲି ସମ୍ପାଦକ ରବୀନ୍ଦ୍ର ନାଥ ବାହିନୀପତି ସୂଚନା ଦେଇଛନ୍ତି।