ମନ୍ଦିର ପରିବେଶକୁ ସମତୁଲ କଲେ ଯୁବ ସମାଜ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତର ଚିରିକିପଡା ଗ୍ରାମର ଯୁବ ସମାଜ ଓ ପ୍ରବାସୀ ଶ୍ରମିକ ମାନଙ୍କ ଉଦ୍ୟମରେ ଅସୁରକ୍ଷିତ ପରିବେଶରେ ଥିବା ମା ବ୍ୟାଘ୍ରଦେବୀ ମନ୍ଦିରର ଆଖ ପାଖ ଅଞ୍ଚଳ ସଫାସୁତୁରା କରିବା ସହ ଖାଲ ଢ଼ିପ ସମତୁଲ କରିଥବା ଜଣାପଡିଛି। ଚିରିକିପଡା ଗ୍ରାମର ମା ବ୍ୟାଘ୍ର ଦେବୀଙ୍କ ମନ୍ଦିରର ଚାରି ପାଖ ବିଭିନ୍ନ ଲଟା ବୁଦା ହୋଇ ଜଙ୍ଗଲ ସୃଷ୍ଟି ହୋଇଥିବା ଯୋଗୁଁ ମନ୍ଦିରକୁ ଯିବାକୁ ଶ୍ରଦ୍ଧାଳୁ ମାନେ ଭୟ କରୁଥିଲେ। ଏହି ପରିସ୍ଥିତିର ସୁଧାର ଆଣିବା ପାଇଁ ମା ବ୍ୟାଘ୍ର ଦେବୀ ଯୁବ ସଂସଦ ଓ ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କ ଚେଷ୍ଟାରେ ନିଜ ନିଜ ମଧ୍ୟରେ ଚାନ୍ଦା କରି ଏକ ଜେସିବି ଓ ଟ୍ରାକ୍ଟର ବ୍ୟବହାର କରିବା ସହ ନିଜେ ଶ୍ରମ ଦାନ କରି ଢ଼ିମ୍ବିରା ଜାଗାରୁ ମାଟି ଆଣି ଖାଲୁଆ ଜାଗାରେ ପକାଇ ମନ୍ଦିର ଚାରିପାଖ ସମତୁଲ କରଥିଲେ। ଏଥିସହ ମନ୍ଦିର ନିକଟ ଲଟା ବୁଦା ସଫା କରି ବିଭିନ୍ନ ବୃକ୍ଷ ରୋପଣ କରିଥିଲେ। ସେହିପରି ବନବିଭାଗ ପକ୍ଷରୁ ମନ୍ଦିରକୁ ଯିବା ରାସ୍ତା ପାର୍ଶ୍ଵରେ ବୃକ୍ଷ ରୋପଣ କରିବା ପାଇଁ ଯୁବ ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ