ମନ୍ଦିର ପ୍ରତିଷ୍ଠା ପ୍ରସ୍ତୁତି ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ରାମଚନ୍ଦ୍ରପୁର ପଞ୍ଚାୟତ ନେଉଳିଆ (ଛତାଵର) ଠାରେ ସଂକଟ ମୋଚନ ହନୁମାନ ଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ଦିର ମୁଖ୍ୟ ତତ୍ତ୍ୱାବଧାରକ ସମେତ ଗ୍ରାମର ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ। ଆସନ୍ତା ୬ତାରିଖରୁ ୧୦ ତାରିଖ ଯାଏଁ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଥିଲା। ପ୍ରତିଷ୍ଠିତ ପୁରୋଧା ମଣ୍ଡଳୀ ଦ୍ୱାରା ପୂଜା ବିଧି ଆୟୋଜନ ହେଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଶିଷ୍ଟ କଥାକାର ମାନଙ୍କ ଦ୍ଵାରା ପ୍ରବଚନ ଅନୁଷ୍ଠିତ ହେଉଥିବା ସୂଚନା ଦିଆଯାଇଛି। ଉତ୍ସବରେ ଆଧ୍ୟାତ୍ମିକ ପିପାସୁ ବ୍ୟକ୍ତି ମାନେ ଯୋଗଦେବାକୁ ପୂଜା କମିଟି ପକ୍ଷରୁ ନିବେଦନ କରାଯାଇଛି ।


