୧୦ତାରିଖରୁ ବାର୍ଦ୍ଧକ୍ୟ ଭତ୍ତା ବନ୍ଦ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-କେନ୍ଦ୍ର ସରକାରଙ୍କ ନୂତନ ଭତ୍ତା ନୀତି ଏବେ ହିତାଧିକାରୀ ମାନଙ୍କୁ ଅଡ଼ୁଆରେ ପକାଇଛି । ଇନ୍ଦିରା ଗାନ୍ଧୀ ଭତ୍ତା ଜରିଆରେ ଯେଉଁ ମାନେ ମାସକୁ ମାସ ଅର୍ଥ ପାଉଥିଲେ ସେମାନେ ଏବେ ଏଥିରୁ ବଞ୍ଚିତ ହେବେ । ଯୋଜନା ଅନୁସାରେ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ମାନଙ୍କୁ ଇଣ୍ଡିରାଗାନ୍ଧୀ ଭତ୍ତା ହାତାହାତି ମିଳୁଥିଲା । ଏବେ ସେମାନଙ୍କୁ ବ୍ୟାଙ୍କ ଜରିଆରେ ଭତ୍ତା ଅର୍ଥ ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ସ୍ଥିର କରିଛନ୍ତି । ତଦନୁଯାୟୀ ଯେଉଁ ହିତାଧିକାରୀ ମାନେ ଚଳିତ ମାସ ୧୦ତାରିଖ ସୁଦ୍ଧା ବ୍ୟାଙ୍କ ଖାତାର ନକଲ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ଲକ କାର୍ଯ୍ୟାଳୟରେ ଦାଖଲ କରିବେ ସେମାନେ ଅର୍ଥ ପାଇବେ ବୋଲି ଭଣ୍ଡାରିପୋଖରୀ ପ୍ରଶାସନ ପକ୍ଷରୁ ଜଣାଯାଇଛି । ଏପଟେ ବ୍ଲକ ଅଂଚଳର ପ୍ରାୟ ୨୪ଶହ ହିତାଧିକାରୀ ଏଯାଏଁ ବ୍ୟାଙ୍କ ଖାତା ଖୋଲିନଥିବା ବେଳେ ସେମାନେ ନୂତନ ଭତ୍ତା ନୀତିରେ ସାମିଲ ହୋଇ ଭତ୍ତା ପାଇବା ଆଶା କ୍ଷଣ ହୋଇଯାଇଛି। ତେଣୁ ସରକାର ଧାର୍ଯ୍ୟ ତାରିଖକୁ ବୃଦ୍ଧି କରିବା ସହ ହିତାଧିକାରୀ ମାନଙ୍କ ପାଇଁ ଭତ୍ତା ପ୍ରଦାନରେ ସରଳିକରଣ ପ୍ରକ୍ରିୟା ଗ୍ରହଣ କରିବାକୁ ଦାବି ହୋଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ