ମମିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ମହମବତି ଜାଳି ଶ୍ରଦ୍ଧାଞ୍ଜଳୀ
ଛତ୍ରପୁର, (ଦେବଦତ୍ତ ମହାରଣା) : କଳାହାଣ୍ଡି ଜିଲ୍ଲା ସନ୍ସାଇନ୍ କଲେଜର ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରାଯାଇଛି । ଏଥିରେ ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଏବଂ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ଆଜି ସନ୍ଧ୍ୟାରେ ରାଜ୍ୟ ଅନୁସୂଚିତ ଜାତି ସେଲ୍ ସଂଯୋଜକ ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ମହମବତି ଜାଳି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହାସହ ଆୟୋଜିତ ଏକ ସ୍ମୃତିସଭାରେ ହତ୍ୟା ଘଟଣାରେ ସଂପୃକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବା ଲାଗି ଦାବି କରାଯାଇଥିଲା । ଏଥିରେ ଗଞ୍ଜାମ ବ୍ଲକ ସଭାପତି ଏନ୍.ଗଣେଶ ରେଡ୍ଡୀ, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ ଓ ଡି,ରାମସ୍ୱାମୀ ରେଡ୍ଡୀ, ଯୁବନେତା ଏନ୍.କ୍ରିଷ୍ଣା ରେଡ୍ଡୀ, କାଳିଆ ନାହାକ, ଆଇନଜୀବୀ ବାବୁ ନାହାକ, ଗଞ୍ଜାମ ଏନ୍ଏସି ସଂପାଦକ ଟୁନା ଶତପଥୀ, ଛାତ୍ରନେତା ମହେଶ କୁମାର ଗୌଡ, ପବିତ୍ର ସ୍ୱାଇଁ, ପର୍ଶୁରାମ ରେଡ୍ଡୀ ଓ ରାକେଶ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।


