ଶାଶୁଙ୍କୁ ପୋଡି ମାରିବାକୁ ଉଦ୍ୟମ”କରି ବୋହୁ ଗିରଫ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ନିଜ ଶାଶୁଙ୍କୁ କିରୋସିନ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଜଣେ ବୋହୂଙ୍କୁ ବୁଧବାର ତିର୍ତ୍ତୋଲ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। କୋର୍ଟରେ ଜାମିନ ମଞ୍ଜୁର ନହେବାରୁ ମାନ୍ୟବର କୋର୍ଟ ତାଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦେଇଛନ୍ତି। ଅଭିଯୋଗ ମୁତାବକ ଏହି ଥାନା ଅଧିନ ନାଉସିରା (ମୁଣ୍ଡାବସ୍ତି)ର ଦାସାୟଣୀ ନାୟାର(୮୫)ଙ୍କୁ ତାଙ୍କର ବୋହୁ ପ୍ରଣତୀ ମଙ୍ଗଳବାର ଘରେ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ପାଂଟି ଶୁଣି ବସ୍ତିର ଲୋକମାନେ ତାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ। ସେଠାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏସମ୍ପର୍କରେ ତାଙ୍କର ବଡ଼ ବୋହୁ ନାରାୟଣୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ୪୬୮/୨୧ ଦଫା-ଆଇପିସି ୧୮୦୦, ୩୪୧, ୩୨୩, ୨୯୪, ୩୦୭ ରୁଜୁ କରି ଗିରଫ ପରେ କୋର୍ଟ ଚାଲାଣ କରିଛନ୍ତି।


