ମରୈଗାଁ ମା ତାରିଣୀ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ମରୈଗାଁ ମା ତାରିଣୀ ମନ୍ଦିର ପ୍ରତିଷ୍ଠାର ତୃତୀୟ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି । ତିନଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବାର୍ଷିକ ଉତ୍ସବ ପାଇଁ ଗତକାଲି ଘଟ୍ଟୋତ୍ତଳନ କରାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯିବାପରେ ପଣ୍ଡିତ ନିରଞ୍ଜନ ତ୍ରିପାଠୀ, ଗଣେଶ୍ୱର ଦାଶ, ଭୋଳାନାଥ ପାଣିଗ୍ରାହୀ ପ୍ରମୁଖ ସମସ୍ତ ରିତୀନୀତି ମତେ ପୂଜାର୍ଚ୍ଚନା କରୁଛନ୍ତି । ବସନ୍ତ କୁମାର ସୁଆର ଓ ପ୍ରଭାତୀ ସୁଆର କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ମନ୍ଦିର ପରିଚାଳନା କମିଟି ସଭାପତି ଚତୁର୍ଭୁଜ ଶଙ୍ଖୁଆ, ଉପସଭାପତି ସୁଦର୍ଶନ ଭୋଳ, ସମ୍ପାଦକ ସୁଦାମ ଚରଣ ଜେନା, ସହ ସମ୍ପାଦକ ସନ୍ତୋଷ କୁମାର ସା, କୋଷାଧ୍ୟକ୍ଷ ମଦନ ମୋହନ ଜେନା, ବରିଷ୍ଠ ସଦସ୍ୟ ଶ୍ରୀନିବାସ ପଣ୍ଡା, ନିର୍ମଳ ଚନ୍ଦ୍ର ବାରିକ, ସତ୍ୟାନନ୍ଦ ମାଝୀ, ସୁଦର୍ଶନ ଘଡେଇ, ଅନନ୍ତ ଚରଣ ଦାଶ, ଗୁରୁ ଚରଣ ଜେନା, ଶରତ ସେଠୀ, ସୁଦର୍ଶନ ନାୟକ, ନିର୍ମଳ ଚନ୍ଦ୍ର ମଲ୍ଲିକ, ଧନେଶ୍ୱର ଘଡେଇ, ବସନ୍ତ ସୁଆର, ସୁଶାନ୍ତ ଦାସ, ବୁଲୁ ସାମଲ, ବାବୁ ସାହୁ, ହରିହର ମିଶ୍ର, ବିଭୁତି ସେଠୀ, ବାଇଧର ନାଏକ, ଘନଶ୍ୟାମ ସାହୁ, ରତ୍ନାକର ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି ।


