ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଓ ଜଣେ ଗୁରୁତର

ବୁଗୁଡା,(ୱାଏନଏସ): ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମ ଠାରୁ ପ୍ରାୟ ଏକ କିମି ଦୂରରେ ଅଗଷ୍ଟ ୨୫ ତାରିଖ ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ଜଣା ପଡିଛିଯେ ଓଡ଼ି-୦୭- ୬୬୦୦ ନମ୍ବର ଏକ କାର ବ୍ରହ୍ମପୁରରୁ ବାହାରି ନୟାଗଡ଼ ଦିଗରେ ଯାଉଥିଲା। କାରଟି ବୁଗୁଡା ଅତିକ୍ରମ କରି ବିରଞ୍ଚିପୁର ଗ୍ରାମ ଠାରୁ ଅଳ୍ପ ଦୂର ପୂର୍ବରେ ହୋଇଥିବା ବେଳେ ବିରଞ୍ଚିପୁର ଗ୍ରାମରୁ ଏକ ବାଇକରେ ବିରଞ୍ଚିପୁର ଗ୍ରାମର ଶମ୍ଭୁନାଥ ଗୌଡ଼ ଓ ବାଦଲ ସେଠୀ ବୁଗୁଡା ଦିଗକୁ ଯାଉଥିବା ବେଳେ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। କାରର ବାମ ପାଖା ସହ ବାଇକ ଏତେ ଜୋରରେ ଧକ୍କା ହୋଇଥିଲାଯେ ବାଇକ ଚାଳକ ଶମ୍ଭୁନାଥ ଗୌଡ଼ଙ୍କ ବାମ ହାତ ଛିଡି କାର ଭିତରେ ପଡିଥିଲା। ଉଭୟ ଶମ୍ଭୁ ଓ ବାଦଲ କଚାଡି ହୋଇ ତଳେ ପଡ଼ିଥିଲେ। ବାଇକଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ କାରର ବାମ ପାର୍ଶ୍ଵ ସମ୍ମୁଖ ଭାଙ୍ଗିଯାଇଛି। ଖବର ପାଇ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶରେ ସବଇନ୍ସପେକ୍ଟର ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ବାହିନୀ ଓ ଦମକଳ ବାହିନୀ ପହଞ୍ଚି ଦୁଇ ଆହାତ ବ୍ୟକ୍ତିଙ୍କୁ ବୁଗୁଡା ମେଡ଼ିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ବୁଗୁଡା ମେଡ଼ିକାଲରେ ଡାକ୍ତର ଶମ୍ଭୁନାଥ ଗୌଡ଼ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗୁରୁତର ଆହତ ବାଦଲ ସେଠୀ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡ଼ିକାଲକୁ ଆମ୍ବୁଲାନ୍ସ ଦ୍ୱାରା ସ୍ଥାନାନ୍ତର କରାଯାଇଥିଲା। ବୁଗୁଡା ପୋଲିସ ଶମ୍ଭୁନାଥ ଗୌଡ଼ଙ୍କ ମର ଶରୀର, ଦୁର୍ଘଟଣା ଗ୍ରସ୍ତ କାର ଓ ବାଇକକୁ ଜବତ କରି ବୁଗୁଡା ପୋଲିସ ଥାନା କେଶ ନମ୍ବର ୪୧୫/୨୪ ପ୍ରକାରେ ଏକ ମାମଲା ରୁଜୁ କରିଛନ୍ତି। କାର ଚାଳକ ବ୍ରହ୍ମପୁର ତୁଳସୀ ନଗରର ଟୁଟୁ ଶତପଥିଙ୍କୁ ଅଟକ ରଖି ପୋଲିସ ଅନୁସନ୍ଧାନ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ