ମଳିପଡ଼ା ମେଳନ ପଡ଼ିଆରେ ସାଂସଦ ଅପରାଜିତ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ

ନିରାକାରପୁର(ଜୁଗାବ୍ଦ ନ୍ୟୁଜ୍‍): ଖୋର୍ଦ୍ଧା ଜିଲ୍ଲା ମଳିପଡା ମେଳନ ପଡିଆଠାରେ ଭୁବନେଶ୍ୱ ସଂସଦୀୟ କ୍ଷେତ୍ରର ନବନିର୍ବାଚିତ ଅପରାଜିତା ଷଡ଼ଙ୍ଗୀଙ୍କ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟକୃଷକ ମୋର୍ଚ୍ଚା ସଂପାଦକ ଶ୍ରୀରଞ୍ଜନ ମଙ୍ଗରାଜଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ବିଜେପି କାର୍ଯ୍ୟକାରଣୀ ସଦସ୍ୟ କାଳୁଚରଣ ଖଣ୍ଡଇତରାୟ, ଜିଲ୍ଲାପରିଷଦ ସଭ୍ୟା ମମତା ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ବିଭିନ୍ନ ସରକାରୀ ବେସରକାରୀ କର୍ମକର୍ତ୍ତା ସମ୍ବର୍ଦ୍ଧିତ କରିଥିଲେ ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ଭାରତବର୍ଷରେ ଏକ ନମ୍ବର କରିବା ସହ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ସଂସଦୀୟ କ୍ଷେତ୍ରରେ ପରିଣତ କରିବା, ଲୋକଙ୍କ ସହଭାଗିତାରେ ଏକ ଜନକଲ୍ୟାଣ କମିଟି କରାଯାଇ ବିଭିନ୍ନ ପ୍ରକାର ଜନହିତ କାର୍ଯ୍ୟକ୍ରମ କରାଯିବ । ତାଙ୍କୁ ଅଜସ୍ର ସ୍ନେହ ଆଶୀର୍ବାଦ ପ୍ରଦାନ କରିଥିବାରୁ ସମସ୍ତ ଖୋର୍ଦ୍ଧାବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଗତ ଫାନି ବାତ୍ୟାରେ ବ୍ୟାପକ ଗଛ କ୍ଷୟକ୍ଷତି ହୋଇଥିବାରୁ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ ମହାପାତ୍ର, ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ କେଳୁଚରଣ ଜଗଦେବ, ଶିକ୍ଷାବିତ୍ ପଦ୍ମନାଭ ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର, ତାପଙ୍ଗ ଦଳବେହେରା ସୃତି ସଂସଦ ସଂପାଦକ ସଂଗ୍ରାମ କେଶରୀ ଜଗଦେବ, ପୂର୍ବତନ ମଣ୍ଡଳ ସଭାପତି ରଘୁନାଥ ସାହୁ, ଟାଙ୍ଗି ବ୍ଲକ ପୂର୍ବତନ ସଭାପତି ସୁନୀଲି ପଟ୍ଟନାୟକ, ନିରାକାରପୁର ମଣ୍ଡଳ ସଭାପତି ପବିତ୍ର ମୋହନ ସାହୁ, ଦକ୍ଷିଣ ମଣ୍ଡଳ ସଭାପତି ରମାକାନ୍ତ ଜେନା, ଗୋଳବାଇ ସରପଞ୍ଚ ବିପିନ୍ ବିହାରୀ ସେଠୀ, ନରଣଗଡ ସମିତି ସଭ୍ୟ ଅମରେନ୍ଦ୍ର ବଳିଆରସିଂହ, ବାଜପୁର ସରପଞ୍ଚ ସରୋଜ ବ୍ରହ୍ମା, ନିରାକାରପୁର କଲେଜର ପୂର୍ବତନ ସଭାପତି କିଶୋର ବରାଳ, କଁପୁରର ପୂର୍ବତନ ସରପଞ୍ଚ ନବକିଶୋର ବଳିଆରସିଂହ, ଶ୍ରୀନିବାସ ହରିଚନ୍ଦନ, ରାମଚନ୍ଦ୍ର ପରିଡ଼ା, ଦୁର୍ଯ୍ୟୋଧନ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାପରିଷଦ ସଭ୍ୟା ମମତା ଜେନା ସ୍ୱାଗତ ଭାଷଣ ଦେବାସହ ମଣ୍ଡଳ ସଭାପତି ଗଗନ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ