ମହାଅଷ୍ଟମୀର ପାର୍ବଣରେ ପାରଳାଖେମୁଣ୍ଡି ସହର ଉତ୍ସବମୁଖର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ମା’ ଦୁର୍ଗାଙ୍କ ମହାଅଷ୍ଟମୀ ତିଥି ଅଟେ. ମହାଅଷ୍ଟମୀ ସହ ପାର୍ବଣ ପାଳନ ପାଇଁ ପାରଳାଖେମୁଣ୍ଡି ସହର ସମେତ ସାରା ଗଜପତି ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଥିବା ସହ ଉତ୍ସବ ମୁଖରିତ ହୋଇଉଠିଛି. ପାରଳାଖେମୁଣ୍ଡି ସହରର ୯ଟି ସ୍ଥାନରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଥିବା ବେଳେ ବିଭିନ୍ନ ଶକ୍ତିପୀଠରେ ମଧ୍ୟ ମା’ ଦୁର୍ଗାଙ୍କ ପୂଜା ଜାରି ରହିଛି। ସହରର ଖଞ୍ଜାସାହି ଓ ବଡ଼ବ୍ରାହ୍ମଣସାହି ଛକରେ ଗତ ପ୍ରତିପଦା ଠାରୁ ନବରାତ୍ରୀ ପୂଜା ଆରମ୍ଭ ହୋଇଥିବା ବେଳେ କଟିକାସାହି, ଚିତ୍ରକାରସାହି, ରାଜଗୁରୁସାହି, କଲେଜ ଛକ, ପାୱାର ହାଉସ୍, ଜନସ୍ବାସ୍ଥ୍ୟ ବିଭାଗ ଓ ପୁଲିସ ବ୍ୟାରେକ୍ ଆଦି ସ୍ଥାନରେ ଗତ ଷଷ୍ଠୀ ଠାରୁ ପୂଜା ଆରମ୍ଭ ହୋଇଛି। ମେଢ଼ ଦର୍ଶନ ପାଇଁ ସହରର ରାସ୍ତାଘାଟରେ ଜନଗହଳି ଦେଖାଦେଇଥିବା ବେଳେ ପୂଜାବଜାର ପାଇଁ ସହରର ବିଭିନ୍ନ ଦୋକାନ ବଜାରରେ ପ୍ରବଳ ଗହଳି ଦେଖାଦେଇଛି । ଆଜି ରବିବାର ମହାଅଷ୍ଟମୀ ଯୋଗୁ ପାରଳା ସହରର ଶକ୍ତିପୀଠ ମା ‘ ମାଣିକେଶ୍ବରୀ ମନ୍ଦିର, ନୀଲାମ୍ମା ମନ୍ଦିର, କନକ ଦୁର୍ଗା ମନ୍ଦିର, ଦାଣ୍ଡୁ ମାରମା ମନ୍ଦିର, ମା ‘ କାଳୀ ମନ୍ଦିର, ବନ ଦୁର୍ଗା ମନ୍ଦିର, ମୌକାତୋଟା ମନ୍ଦିର ଆଦିରେ ଚଣ୍ଡୀପାଠ ସହ ପୂଜାଅର୍ଚ୍ଚନା, ହୋମଯଜ୍ଞ ଆଦି ଚାଲୁ ରହିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ