ବେକରେ ଫାଶୀ ଲଗାଇ ଯୁବତୀ ମୃତ।

ବାଲେଶ୍ଵର, (ସରୋଜ ପଣ୍ଡା) : ଆଜି ଅପରାହ୍ନ ରେ ବାଲେଶ୍ଵର ଟାଉନ ଥାନା ଅର୍ନ୍ତଗତ ରାଣୀପାଟଣା ଦର୍ଜୀ ପୋଖରୀ ସ୍ଥିତ ଭଡ଼ା ଘରେ ରହୁଥିବା ଜଣେ ଯୁବତୀ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରୁଥିବାର ଅଭିଯୋଗ ହୋଇଛି।ମୃତ ଯୁବତୀ ହେଲେ ଚାନ୍ଦିପୁର ଥାନା ରଣସାହି ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ଝିଅ ସୋନାଲି ନାୟକ।ତେବେ ମୃତ୍ୟୁର ସଠିକ କାରଣ ଜଣା ପଡି ନଥିବା ବେଳେ ଘରୋଇ କଳହ କୁ କେନ୍ଦ୍ର କରି ସୋନାଲି ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଇଛି। ତେବେ ସୋନାଲି ଘରେ ନରହି ଦରଜୀ ପୋଖରୀ ଠାରେ ଭଡ଼ାଘର ରହି ପାଠ ପଢୁଥିଲେ ବୋଲି ଜଣାପଡିଛି। ଏ ସମ୍ପର୍କରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।ଆସନ୍ତା କାଲି ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ