ମହାକାଶରେ ଶୀଘ୍ର ନଷ୍ଟ ହୁଏ ନାହିଁ ମେଡିସିନ୍
ପୃଥିବୀ ଅପେକ୍ଷା ମହାକାଶରେ ମେଡିସିନ୍ ଶୀଘ୍ର ନଷ୍ଟ ହୁଏ ନାହିଁ । ନିକଟରେ ଏଭଳି କୌତୂହଳପୂର୍ଣ୍ଣ ତଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ବେଲାର୍ କଲେଜ ଅଫ୍ ମେଡିସିନ୍ର ବିଶେଷଜ୍ଞମାନେ । ସେମାନେ ମହାକାଶ ଓ ପୃଥିବୀପୃଷ୍ଠରେ ମେଡ଼ିସିନ୍ କିପରି ରହୁଛି ତାହା ଅନୁଧ୍ୟାନ କରିଥିଲେ । କେତେକ ମେଡିସିନ୍କୁ ଦୀର୍ଘ ୫୫୦ ଦିନ ମହାକାଶରେ ରଖିବା ପରେ ସେଗୁଡ଼ିକୁ ପୁଣି ଥରେ ପୃଥିବୀକୁ ଆଣି ଗବେଷଣାଗାରରେ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ । ସେଥିରୁ ଜାଣିବାକୁ ମିଳିଥିଲା ଯେ, କେତେକ ମେଡିସିନ୍ ଏକ୍ସପାଏରି ଡେଟ୍ ଅତିକ୍ରମ କରିସାରିଥିଲେ ମଧ୍ୟ ତାହାର ଗୁଣବତ୍ତା ନଷ୍ଟ ହୋଇ ନ ଥିଲା । ଏପରିକି ସେଗୁଡ଼ିକୁ ଖାଇଲେ ତାହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ହୋଇ ନଥାଏ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ପୃଥିବୀରେ ସୂର୍ଯ୍ୟାଲୋକ, ଆର୍ଦ୍ରତା ଓ ଅମ୍ଲଜାନ ସଂସ୍ପର୍ଶରେ ଆସିବା ଦ୍ୱାରା ମେଡିସିନ୍ ଶୀଘ୍ର ନଷ୍ଟ ହୋଇଯାଇଥାଏ ।


