ମହାଭିଯୋଗ ତଦନ୍ତରେ ପରିବାର ମର୍ମାହତ: ଟ୍ରମ୍ପ୍

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ତାଙ୍କ ବିରୋଧରେ ଚାଲିଥିବା ମହାଭିଯୋଗ ତଦନ୍ତ ତାଙ୍କ ପରିବାରକୁ ବହୁତ ଦଃଖ ଦେଇଛି ଏବଂ ଏଥିରେ ପ୍ରତ୍ୟେକ ସଦସ୍ୟ ମର୍ମାହତ । ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ଅନ୍ୟାୟ କରାଯାଉଛି ଏବଂ ରିପବ୍ଲିକାନ୍ ଏହାର କଡ଼ା ଜବାବ ଦେବେ ବୋଲି ଟ୍ରମ୍ପ୍ କହିଛନ୍ତି । ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ (ପ୍ରତିନିଧି ସଭା)ରେ ଚାଲିଥିବା ସାର୍ବଜନୀନ ଶୁଣାଣି ଏବଂ ସାକ୍ଷ୍ୟ ମାମଲା ଏକ ପ୍ରହସନ ଛଡ଼ା ଆଉ କିଛି ନୁହେଁ ବୋଲି ଟ୍ରମ୍ପ୍ କହିଛନ୍ତି । ଡେମୋକ୍ରାଟ୍ ନେତା ଜେଳ ବିଡେନ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ରମ୍ପ୍ ୟୁକ୍ରେନ୍ ସରକାରଙ୍କ ଉପରେ ଚାପ ପକାଇଥିବା ଅଭିଯୋଗ ଆଧାରରେ ମହାଭିଯୋଗ ଆସିଛି ଏବଂ ଏହାର ଶୁଣାଣି ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ