ପ୍ରେସ କ୍ଲବ ପକ୍ଷରୁ ଫଳ ବଣ୍ଟନ
କୋଣାର୍କ;(ଯୁଗାବ୍ଦ ନ୍ୟୁଜ) -ଜାତୀୟ ପ୍ରେସ ଦିବସ ଅବସରରେ ଶନିବାର ଦିନ ସକାଳ ୯ଟା ସମୟରେ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ବିଭିନ୍ନ ସେବାକାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କୋଣାର୍କ ପ୍ରେସ କ୍ଲବର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ବସିଥିବା ସମସ୍ତ ଅସହାୟ ଦିବ୍ୟାଙ୍ଗଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏଥିରେ କ୍ଲବର ଉପଦେଷ୍ଟାଙ୍କ ସମେତ ସଭାପତି ସଞ୍ଜୟ ପତି, ସମ୍ପାଦକ ମାନସ ରଞ୍ଜନ ପାତ୍ର, ଅବନୀ ଭୂଷଣ ବାରିକ, ବିଶ୍ଵଜିତ ରାଉତରାୟ ବିଚିତ୍ର କୁମାର ଓଝା, ଅଭୟ କୁମାର ନାୟକ, ସଂଗ୍ରାମ ମହାପାତ୍ର ପ୍ରମୁଖ ସାମିଲ ହୋଇ ଏହି ସେବାକାର୍ଯ୍ୟ କରି କୋଣାର୍କ ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛି।


