ମହେନ୍ଦ୍ରତନୟା ପ୍ରକଳ୍ପ ଆଜି ସୁଦ୍ଧା ଚାଷ ଜମିକୁ ପାଣି ଯୋଗାଇବାରେ ଅସମର୍ଥ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାକୁ ଶସ୍ୟ ଶାମ୍ୟାଳ କରିବା ସହ ବର୍ଷାଭାବ ଜନିତ ମରୁଡିରୁ ଚାଷୀ ଓ କୃଷକମାନଙ୍କ ହିତ ପାଇଁ ଗତ ୧୫ ବର୍ଷ ତଳେ ମହେନ୍ଦ୍ରତନୟା ପ୍ରକଳ୍ପ ଯେଉଁ ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିଲେ ତାହା ବର୍ତ୍ତମାନ ସୁଦ୍ଧା ଅସମ୍ପୂର୍ଣ ହୋଇରହିଛି. ଆଜି ସୁଦ୍ଧା ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କା ମହେନ୍ଦ୍ର ପ୍ରକଳ୍ପ ପାଇଁ ବ୍ୟୟ କରାଯାଇଛି. ହେଲେ ଜଣେ ଚାଷୀ କିମ୍ବା କୃଷକ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିନାହାନ୍ତି. ଏପରିକି ବର୍ତ୍ତମାନ ସୁଦ୍ଧା ମହେନ୍ଦ୍ରତନୟା ପ୍ରକଳ୍ପ କୌଣସି ଚାଷ ଜମିକୁ ଟୋପାଏ ହେଲେ ପାଣି ଯୋଗାଇ ପାରିନାହିଁ. ଯଦ୍ୱାରା ଏହି ପ୍ରକଳ୍ପ ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇ ମରୁଡି ଦ୍ୱାରା ଫସଲ ହରାଉଥିବା ଚାଷୀଙ୍କୁ ସାହାଯ୍ୟ ଦେବରେ ଅସମର୍ଥ ହୋଇପଡିଛି. ଏନେଇ ନବ ନିଯୁକ୍ତ ମୁଖ୍ୟଯନ୍ତ୍ରୀ ଜଳ ସେଚନ ବିଭାଗର ସଞ୍ଜୀବ କୁମାର ଦାସ ଶର୍ମାଙ୍କୁ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ ଏକ ସ୍ମାରକପତ୍ର ଦେଇଛନ୍ତି, ଏଥିରେ ପାରଳାଖେମୁଣ୍ଡି ଅଧିକ୍ଷଣ ଯନ୍ତ୍ରୀ ଜୋତି ରାଜ ଅଧିକାରୀ ମଧ୍ୟଉପସ୍ଥିତ ଥିଲେ କ୍ଷ ମହେନ୍ଦ୍ର ତନୟାର ଡମ୍ବାପୁର ଆଉ ଚମ୍ପାପୁର ଠାରେ ଅନିକେଟ ପ୍ରକଳ୍ପ ଆଜି ଯାଏଁ ମଧ୍ୟ ହୋଇପାରିନାହିଁ କ୍ଷ ଦୁଃଖ ଏବଂ ପରୀତାପର ବିଷୟ ୧୫ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ପ୍ରକଳ୍ପର ଭିତ୍ତି ପ୍ରସ୍ତର ୩୦ ଅପ୍ରେଲ ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ କ୍ଷ ତେବେ ଶ୍ରୀକାନ୍ତ ପାଢ଼ୀ ୨୭ ଜାନୁଆରୀ ୨୦୦୮ ମସିହାରେ ଆନ୍ଧ୍ର ସରକାରଙ୍କ ଦାଦଗିରି ବିଷୟରେ ଅନଶନରେ ବସି ପ୍ରକଳ୍ପକୁ ସରକାରଙ୍କ ଦୃଷ୍ଟ ଗୋଚରକୁ ଆଣିଲେ କ୍ଷ ସେତେବେଳେ ଯାଇ ଆମ ପ୍ରଶାସନ ଏବଂ ରାଜ୍ୟ ସରକାର କୁମ୍ଭ କର୍ଣ୍ଣ ନିଦ୍ରା ଭାଙ୍ଗି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ କ୍ଷ ସେହି ସମୟରେ ମୁଖ୍ୟମନ୍ତ୍ରୀ ୨ବର୍ଷରେ ପୂର୍ଣ୍ଣକ୍ଷଗ ହେବ ବୋଲି ପ୍ରତିଶୃତି ଦେଇଥିଲେ କ୍ଷ କିନ୍ତୁ ୧୫ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଡମ୍ବପୁର ପ୍ରକଳ୍ପ ଅଧାପନ୍ତରିଆରେ ଥିବା ସମୟରେ ଚମ୍ପାପୁରର ସ୍ଥାନ ଏବେ ପର୍ୟ୍ୟନ୍ତ ଚି଼ହ୍ନଟ ହୋଇପାରିନାହିଁ କ୍ଷ ଓଡିଶାର ଜଳ ଜମି ଜଙ୍ଗଲରୁ ଆନ୍ଧ୍ର ସରକାର ଲୁଟ ତରାଜ କରୁଥିବାବେଳେ ଓଡିଶା ଆଜି ନିରବ ଦ୍ରଷ୍ଠା ସାଜି ୧୯୬୨ ଜଳ ୫୦/୫୦ ଚୁକ୍ତିକୁ ଉଲଘଂନ କରି ଏକ ଚାଟିଆ ପାଣି ନେଉଛି କ୍ଷ ତତ୍କାଳୀନ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ରାଜ ଶେଖର ରେଡି ଶ୍ରୀକାକୁଲମ ଜିଲ୍ଲାକୁ ପାଣି ଚାଷ ଜମିକୁ ନେବା ପାଇଁ ମେଳିଆପୁଟିରେ ଏହି ଯୋଜନାକୁ କରିଥିଲେ କ୍ଷ ବର୍ତ୍ତମାନ ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡି ହୋଇଥିବା ବେଳେ ସହରକୁ ପାଣି ସମସ୍ୟା ଦେଖାଦେଉଛି କ୍ଷ ଏହି ପ୍ରକାର ଆନ୍ଧ୍ରର ଏକ ଛାତ୍ର ବାଦୀ ଶାସନକୁ ଓଡିଶା ସରକାର କଡା ଜବାବ ଦେବାରେ ଆଶ୍ରମର୍ଥ ହେଉଛି କ୍ଷ ଯଦି ୧୫ ଦିନ ଭିତରେ ପ୍ରଶାସନ ଏବଂ ସରକାର ବିହିତ ପଦକ୍ଷେପ ନନେବେ ପୁଣି ଥରେ ଅନଶନ ସହିତ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଶ୍ରୀକାନ୍ତ ପାଢ଼ୀ ଚେତାବନୀ ଦେଇଛନ୍ତି. ସମ୍ପୃକ୍ତ ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଜଳ ସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନରେନ୍ଦ୍ରନାଥ ମହାରଣାଙ୍କୁ ମୋବାଇଲ ଯୋଗେ ପଚାରିବାରେ ସେ କହିଛନ୍ତି ମହେନ୍ଦ୍ରତନୟା ପ୍ରକଳ୍ପର ଡମ୍ବାପୁର ଗ୍ରାମରେ ହୋଇଥିବା ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଶେଷ ହୋଇଛି. ଏ ପ୍ରକଳ୍ପ ଦ୍ୱାରା ୨ ହଜାର ଆୟକଟ ଚାଷ ଜମିକୁ ଆସନ୍ତାବର୍ଷ ଠାରୁ ପାଣି ଯୋଗାଇ ଦିଆଯିବ. ଅନ୍ୟପକ୍ଷେ ମହେନ୍ଦ୍ରତନୟା ପ୍ରକଳ୍ପର ଚମ୍ପାପୁର ଠାରେ ହେବାକୁ ଥିବା ଜଳସେଚନ ପ୍ରକଳ୍ପ କିଛି ଟେକନିକାଲ ସମସ୍ୟା ଯୋଗୁଁ ଚମ୍ପାପୁର ଠାରେ ନିର୍ମାଣ କରାଯିବା ପରିବର୍ତ୍ତେ ନୂଆଗାଁ ଠାରେ ନିର୍ମାଣ ହେବ. ଏହାର ଟେଣ୍ଡର ସରିଛି. କାର୍ୟ୍ୟ ଆରମ୍ଭ କରାଯାଇ ଆଗାମୀ ୨ ବର୍ଷ ମଧ୍ୟରେ ପ୍ରକଳ୍ପ ନିର୍ମାଣ ଶେଷ ହୋଇ ଚାଷ ଜମିକୁ ପାଣି ଦିଆଯିବ.


