ମହେଶ୍ୱର ସ୍ମୃତି ପରିଷଦ ପକ୍ଷରୁ ସ୍ମୃତି ସମାରୋହ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଠାରେ ମହେଶ୍ୱର ସ୍ମୃତି ସଂସଦ ପକ୍ଷରୁ ସ୍ୱର୍ଗତ ମହେଶ୍ୱର ଘଡେଇଙ୍କ ୨ୟ ବାର୍ଷିକୀ ସ୍ମୃତି ସମାରୋହ ପାଳିତ ହୋଇଯାଇଛି । ଶିକ୍ଷକ ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ବିଜେପି ନେତା ପଞ୍ଚାନନ ରାଉତ, ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ସମାଜସେବୀ ଲକ୍ଷ୍ମୀକାନ୍ତ ମହାପାତ୍ର, ଗଣିଜାଙ୍ଗ ପଞ୍ଚାୟତ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁମତୀ ନାୟକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୃଷ୍ଣ ଚନ୍ଦ୍ର ଜେନା, ସାହିତ୍ୟିକ ତଥା ଶିକ୍ଷାବିତ୍ ଅବନୀ ପ୍ରଧାନ ଯୋଗ ଦେଇ ସ୍ୱର୍ଗତ ଘଡେଇଙ୍କ ଅବିସ୍ମରଣୀୟ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଘଡେଇଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଅଭୟ କୁମାର ପ୍ରଧାନ, ଜୟନ୍ତ କୁମାର ସାହୁ, ପ୍ରକାଶ ରଂଜନ ପରିଡା, ଶ୍ରୀରାମ ରଘୁ, ସୁକାନ୍ତୀ ବିଶ୍ୱାଳ, ବିଶ୍ୱନାଥ ନାୟକ, ଶୋଭାରାଣୀ ଦାସ, ପ୍ରତିମା ଭୂୟାଁ, ଅଞ୍ଜୁଶ୍ରୀ ଜେନା, ପ୍ରାକ୍ତନ ସିଆରସିସି ସୁଧିର କୁମାର ରାଉତ, ଶିକ୍ଷାବିତ ରମାକାନ୍ତ ରାଉତ, ଓଡଙ୍ଗ ସରପଞ୍ଚ କିଶୋର କିଙ୍କର ପଢିଆରୀ ଯୋଗ ଦେଇଥିଲେ ।


