ମାଙ୍କଡ ଆକ୍ରମଣରେ ୨ ସ୍କୁଲଛାତ୍ର ଆହତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି

କେନ୍ଦ୍ରାପଡା : ଡେରାବିଶି ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ପଂଚାୟତର ବଡମଙ୍ଗରାଜପୁର ଗ୍ରାମରେ ଶତାଧିକ ମାଙ୍କଡ ଆତଙ୍କରାଜ ଚଳାଇଥିବା ଅଭିଯୋଗ ହୋଇଛି । ମାଙ୍କଡଙ୍କ ଦ୍ୱାରା ରାସ୍ତା ଅବରୋଧ ହେବା ସହ ସେହି ବାଟରେ ସ୍କୁଲକୁ ଯାଉଥିବା ୨ଜଣ ଛାତ୍ର ଗତ ଶନିବାର ମାଙ୍କଡ ଆକ୍ରମଣରେ ଗୁରୁତ୍ତର ଭାବେ ଆହତ ହୋଇ ଚିକିତ୍ସାଧିନ ଥିବା ମଧ୍ୟ ଅଭିଯୋଗ ହୋଇଛି । ମାଙ୍କଡଙ୍କ ଯୋଗୁଁ ଫସଲ ନଷ୍ଟ ହେବା ସହିତ ଘରର ଛାତ ମଧ୍ୟ ଭାଙ୍ଗି ଯାଇଛି । ଫଳରେ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ତେଣୁ ଗ୍ରାମବାସୀଙ୍କ ପକ୍ଷରୁ ଜଙ୍ଗଲ ବିଭାଗକୁ ବିହିତ ପଦକ୍ଷେପ ନିମନ୍ତେ ଅଭିଯୋଗ କରାଯାଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେମାନେ ବାଧ୍ୟହୋଇ ଗୋଲକ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟି ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ