ମା’ଙ୍କୁ ହତ୍ୟା କରି ଜେଲ୍ ଗଲେ ବାପା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାରେ ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଦୃଷ୍ଟିକୁ ଆସିଛି. ବାପା- ମାଙ୍କ କୋଳରେ ଅତି ଆନନ୍ଦରେ ଜୀବନ ଯାପନ କରୁଥିବା ରାହୁଳର ଜୀବନରେ ଏକ ବିରାଟ ଭଟ୍ଟା ସୃଷ୍ଟି ହୋଇ ବିଗିଡି ଯାଇଛି ରାହୁଳର ଜୀବନ ଶୈଳୀ. କୌଣସି କାରଣରୁ ତାର ବାପା ମା କୁ ହତ୍ୟା କଲେ. ମା ଆର ପାରିକୁ ଚାଲିଗଲେ. ବାପା ମଧ୍ୟ ଜେଲକୁ ଚାଲିଗଲେ. ଅନାଥ ହେଲା ରାହୁଳ ଓ ବିଗିଡି ଗଲା ତାର ଜୀବନ ଶୈଳୀ. ଯେଉଁ ବୟସରେ ଜାତରେ କଲମ ଧରିପାଠ ପଢ଼ିବା କଥା, ସେହି ବୟସରେ ହାତରେ ଏବେ ବାଡି ଧରି ଗାଈ କରାଇଛନ୍ତି । ବାପା ଜେଲ ଭିତରେ ସଜ୍ଜା କାଟୁଛନ୍ତି । ଏପଟେ ପୁଅର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ସରକାର କିମ୍ବା କୌଣସି ଅନୁଷ୍ଠାନ ଯଦି ସହଯୋଗର ହାତ ବଢ଼ାନ୍ତେ ତେବେ ଇଷ୍ଟେଲରେ ରହି ରାହୁଲ ତା’ର ନିଜ ଭବିଷ୍ୟତ ଗଢ଼ିପାରିବେ ବୋଲି ଆଶା ରଖୁଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ବାତେଗୁଡ଼ା ପଞ୍ଚାୟତ ପାଢେରମା ଗାଁର ରାହୁଲ୍ ମହିକ। ପାଖରେ ଆହା ପଦେ କରିବାକୁ କେହି ନାହିଁ I ସକାଳ ହୋଇଗଲେ ଗାଈ ଜଙ୍ଗଲକୁ ବାହରିଯାଇ ସନ୍ଧ୍ୟାରେ ଫେରନ୍ତି। ଗତ ଗତ ବର୍ଷ ବାପା ପ୍ରମୋଦମହିଦ ନିଶାସକ୍ତ ହୋଇ ସାମାନ୍ୟ ବଡସାରୁ ମା’ ପଦ୍ମିନୀଙ୍କୁ ହତ୍ୟା କରିଥିଲେ। ପୋଲିସ୍ ପ୍ରମୋଦଙ୍କୁ ଗିରଫ କରି ଜେଲ ପଠାଇଦେଲା। ତା’ ପରଠାରୁ ରାହୁଲ୍ ଆଲିଗଣ୍ଡାସ୍ଥିତ ବଡ଼ ଭଉଣୀ ଘରେ ରହି ସିଲିକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫ ଶ୍ରେଣୀରେ ପଢ଼ୁଥିଲେ। ଯିବା ଆସିବା କରି ପାଠ ପଢ଼ିବା ସମ୍ଭବ ନ ହେବାରୁ ପାଠ ଛାଡ଼ି ଗାଁକୁ ଫେରି ଆସି ଏବେ ଦାଦାଙ୍କ ଘରେ ରହୁଛନ୍ତି। ରାହୁଲଳ ଦୁଇ ଭାଇ ଓଦୁଇ ଭରଣୀ। ବଡ ଭଉଣୀ ବାହା ହୋଇ ଅନ୍ୟନ୍ନ ରହୁଥିବା ବେଳେ ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ପେଟ ପାଇଁ ଘର ଛାଡି ଅନ୍ୟତ୍ର କାମ କରିବାକୁ ଯାଇଛନ୍ତି I ଅନ୍ୟ ଆଶ୍ରମ ବିଦ୍ୟାଳୟରେ ରହି ପାଠ ଭାଇ ମୋହନାର ଏକ ସରକାରୀ ପଢୁଛନ୍ତି। ହେଲେ ରାହୁଲର ଭାବିଷ୍ୟତ ଏବେ ଅନ୍ଧାର । ଦାଦା କାମ ଧନ୍ଦା ପାଇଁ ଘର ଛାଡ଼ି ବାହାରକୁ ଯାଇଥିବା ବେଳେ ରାଜୁଲର ଦାୟିତ୍ଵ ନେବାକୁ ନେହି ନାହାନ୍ତି। ଫଳରେ ଗାଁରେ ରହି ଏବେ ରାହୁଲ୍ ଗାଈ ଚରାଉଛି I ଏ ନେଇ ବୁକ୍ ଶିକ୍ଷା ଅଧୁକାରୀ ନରେନ୍ଦ୍ର କୁମାର ବେହେରା କରିଛନ୍ତି, ସ୍ଥାନୀୟ ସିଆରସିସିଙ୍କ ଜରିଆରେ ରାହୁଳଙ୍କ ପରିସ୍ଥିତି ବିଷୟରେ ଅନୁଧାନ କରିବା ପରେ ଆଗକୁ କିଭଳି ସେ ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢ଼ିବାର ସୁଯୋଗ ପାଇପାରିବ, ସେଥିପାଇଁ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।


