ମାଛ ଧରିବା ଅଭ୍ୟାସ” ବିଷୟରେ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠ କଣମଣା ସ୍ଥିତ ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ମତ୍ସ୍ୟ ବିଭାଗ, ଓଡିଶା ସରକାର,ସିଆଇଏଫଏନଇଟି , ବିଶାଖାପାଟେଣା, ଏନ୍.ଏଫ୍.ଡି.ବି., ହାଇଦ୍ରାବାଦଙ୍କର ମିଳିତ ଆନୁକୂଲ୍ୟରେ ପି.ଏମ୍. ଏମ୍.ଏସ୍.ୱାଇ. ଯୋଜନା ଜରିଆରେ ଗଂଜାମ ଜିଲ୍ଲାର ମତ୍ସ୍ୟଜୀବି ଏବଂ ସାଗର ମିତ୍ର ଙ୍କୁ ନେଇ ତିନି ଦିନିଆ ଏକ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଅଛି I ଏଥିରେ “ମାଛ ଧରା ପୋତ ପରିଚାଳନା ନିମନ୍ତେ ବ୍ୟବହୃତ ଯୋଗାଯୋଗ ଓ ନୌଚାଳନା ଉପକରଣ” ଏବଂ “ବୋଟ ଇଞ୍ଜିନ୍ ତୃଟି ସଂଶୋଧନ ଏବଂ ରକ୍ଷାଣବେକ୍ଷଣ ଏବଂ ମାଛ ଧରିବା ଅଭ୍ୟାସ” ବିଷୟରେ ୬୦ ଜଣ ପ୍ରଶିକ୍ଷାତିଙ୍କୁ ତାଲିମ୍ ଦିଆଯାଇଥିଲା I ଏହି ପ୍ରଶିକ୍ଷଣ ଶିବିର ଓଡିଶାର ଉପକୂଳବର୍ତ୍ତି ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ, ମତ୍ସ୍ୟ ଅବତରଣ କେନ୍ଦ୍ରରୁ ଆରମ୍ଭ କରାଯାଇ, ଅନ୍ୟ ଉପକୂଳ ଜିଲ୍ଲାମାନଙ୍କରେ ପ୍ରଶିକ୍ଷଣ ସଂପୂର୍ଣ୍ଣ କରିବାପରେ ଗଂଞ୍ଜାମ ଜିଲ୍ଲାରେ ଉଦଯାପିତ କରଯାଇଥିଲା Iଏହି ଉଦଯାପନୀ ଦିବସରେ ସିଆଇଏଫଏନ ଇ ଟି ଉପ-ନିର୍ଦ୍ଦେଶକ ବିଶ୍ୱଜିତ ବିଷୋଇ, ମତ୍ସ୍ୟବିଭାଗ ର ଯୁଗ୍ମ- ନିର୍ଦ୍ଦେଶକ ଶଶିକାନ୍ତ ଆର୍ଚାର୍ଯ୍ୟ, ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) ଗଞ୍ଜାମ, ସୁବ୍ରତ କୁମାର ପଟ୍ଟନାୟକ, ସିଆଇ ଏଫ ଏନ ଇ ଟି ର ତାଲିମ ଦେଉଥିବା ପ୍ରଶିକ୍ଷକ ସମୂହ ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ ମତ୍ସ୍ୟ ଅଧିକାରୀ, ସାଗର ମିତ୍ର ପ୍ରମୁଖ ଯୋଗ ଦେଇ ଏହି ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ଏବଂ ବ୍ୟବହାର ସମ୍ବନ୍ଧରେ ଆଲୋକପାତ କରିବାସହ ଆଗକୁ ଏହିଭଳି ପ୍ରଶିକ୍ଷଣ ଶିବିର କେମିତି ଆୟୋଜନ କରାଯାଇପାରିବ ତହା ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ I ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) ଗଞ୍ଜାମ ଶ୍ରୀ ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀଙ୍କ ମିଳିତ ଏହିଭଳି ଏକ ଆବଶ୍ୟକୀୟ ପ୍ରଶିକ୍ଷଣ ଶିବିର ଗଞ୍ଜାମ ଜିଲ୍ଲାରେ ସମ୍ପୁର୍ଣ୍ଣ କରାଯାଇଥିବାରୁ ଅମିତ୍ କୁମାର ପାଢି ଧନ୍ୟବାଦ ଅର୍ପଣ କରିଥିଲେ Iଏହିଭଳି ପ୍ରଶିକ୍ଷଣ ଶିବିରଦ୍ୱାର ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବିମାନଙ୍କ ନିମନ୍ତେ ବହୁତ ଉପଯୋଗ ହୋଇପାରିବ ବୋଲି ମତ୍ସ୍ୟଜୀବିମାନେ ନିଜର ମତ ପୋଷଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ