ମାଟି ଘରେ ଧଶେଇ ପଶିଲା ହାଇଭା;ଘର ସମେତ ଦୁଇ ଦୋକାନ ଘର ନଷ୍ଟ ଅଳ୍ଫକେ ବର୍ତିଲେ ପରିବାର ଲୋକେ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର- ଟାଟା ରାସ୍ତା ଜାତୀୟ ରାଜପଥ ୨୨୦ ନମ୍ବର ଗମ୍ଭାରିଆ ଗାଁ ରାସ୍ତାକଡରେ ଥିବା ଏକ ମାଟିକାନ୍ଥ ଘରକୁ ଟାଟାରୁ ଆସୁଥିବା ନୂଆ ହାଇଭା ଗାଡି ଶନିବାର ରାତି ୧•୩୦ ଟା ପାଖାପାଖି ସମୟରେ ଭାରସାମ୍ୟ ହରାଇ ଧଶେଇ ପଶିଥିଲା । ଯାହାଫଳରେ ସୁନିଲ୍ ମିଶ୍ରଙ୍କ ଘର ସମେତ ଦୁଇଟି ଦୋକାନ ତାଙ୍କର ଏବଂ ମହେନ୍ଦ୍ର ଦାସଙ୍କୁ ଦୋକାନ ଘର ନଷ୍ଟ ହୋଇଯାଇଛି ।ଘର ପରିବାର ଲୋକେ ଅଳ୍ପକେ ବର୍ତି ଯାଇଛନ୍ତି । ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ