ଟ୍ରୀ ଫାଉଣ୍ଡେସନ ଦ୍ୱାରା କୋଭିଡି-୧୯ ଆୱାରନେସ ଓ ଆୱାର୍ଡ ଉତ୍ସବ ଅନୁଷ୍ଠିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ): ଆଜି ଶେରଗଡ଼ ବିଜୁ ପଟ୍ଟନାୟକ ଇଂଲିଶ ମେଡିଆମ ସ୍କୁଲ ପରିସରରେ ଟ୍ରୀ ଫାଉଣ୍ଡେସନ ଦ୍ୱାରା କୋଭିଡି-୧୯ ଆୱାରନେସ ଓ ଆୱାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏଥିରେ ଶେରଗଡ଼ ବ୍ଲକ ର ଅନୁପମ ଭାରତ ପ୍ରତିନିଧି ଶ୍ରୀ କରୁଣାକର ସାହୁ, ‘ପ୍ରତିଦିନ’ ପ୍ରତିନିଧି ଇ. ଦେବୀ ପ୍ରସାଦ ଦାସ, ସମ୍ବାଦ ପ୍ରତିନିଧି ଶ୍ରୀ ସୁବ୍ରତ ପଣ୍ଡା, ଧରିତ୍ରୀ ପ୍ରତିନିଧି ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ପ୍ରମୁଖ ସାମ୍ବାଦିକ ଙ୍କୁ ଏବଂ ଜଣେ ଚିତ୍ରକର ଚିତ୍ରସେନ ବିଶୋଇଙ୍କୁ କରୋନା ଯୋଦ୍ଧା ଓ ବାପୁନି ପଣ୍ଡା, କୃଷ୍ଣ ଚନ୍ଦ୍ର ସୁଆଁସିଆ, କେଶବ କୁମାର ଡାକୁଆ ପ୍ରମୁଖ ଙ୍କୁ କରୋନା ସ୍ବେଛାସେବୀ ରୂପେ ସମ୍ମାନିତ କରାଯଇଥିଲା ଏବଂ ଆଗରୁ ହୋଇଥିବା ଅନଲାଇନ ରଚନା ପ୍ରତିଯୋଗିତା “ଶିକ୍ଷା କ୍ଷେତ୍ରରେ କରୋନା ର ପ୍ରଭାବ ” ରେ ଦୁଇଜଣ (ସୁଜାତା କୁମାରୀ ପ୍ରଧାନ,ଉଷାରାଣୀ ବିଶୋଇ) ପ୍ରଥମ ଏବଂ ଲିପ୍ସାରାଣୀ ପାଢ଼ୀ, ସୋମେଶ ଗୌଡ଼ ଦ୍ଵିତୀୟ, ତୃତୀୟ ସ୍ଥାନ ଗ୍ରହଣ କରି ସମ୍ମାନିତ ହୋଇଛନ୍ତି l ଏଥିରେ ମୁଖ୍ୟ ଅତିଥି ରୂପେ ବିଜ୍ଞାନ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଇତିହାସ ଅଧ୍ୟାପକ ଶ୍ରୀ ହୃଷିକେଶ ପାତ୍ର ଯୋଗଦେଇ “ସାମ୍ବାଦିକତା”ର ମହତ୍ୱକୁ ଉପସ୍ଥାପନ କରିଥିଲେ ଅନ୍ୟ ଅତିଥି ରୂପେ ଶିକ୍ଷକ ଅନିଲ କୁମାର ତ୍ରିପାଠୀ, ଅଧ୍ୟାପକ ତଥା ଟ୍ରୀ ଫାଉଣ୍ଡେସନର ଉପଦେଷ୍ଟା ଶ୍ରୀ ରଞ୍ଜନ କୁମାର ସାହୁ ଏବଂ ବିଜୁ ପଟନାୟକ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଟ୍ରୀ ଫାଉଣ୍ଡେସନର ସହ ପ୍ରତିଷ୍ଠାତା ଶ୍ରୀ ଗୌରହରି ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ l ଟ୍ରୀ ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀ ନିରାକାର ବିଷୋୟୀ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ଟ୍ରୀ ଫାଉଣ୍ଡେସନ ର ସମସ୍ତ କର୍ମକର୍ତା, ସଦସ୍ୟ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ