ମାଣିକପୁର ପଞ୍ଚାୟତରେ ଡିଜିଟାଲ ଶୁଭାରମ୍ଭ ନେଇ ଅଂଚଳବାସୀଙ୍କ ମନରେ ଖୁସିର ଲହରୀ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ପଛୁଆ ଦୁର୍ଗମ ବଣ ଜଙ୍ଗଲ ଘେରା ଶତପ୍ରତିଶତ ଆଦିବାସୀ ଅଧ୍ୟୁଷିତ ଅଂଚଳ ।ସବୁଆଡେ ଡିଜିଟାଲ ସେବା ମିଳୁଥିବା ବେଳେ ଏଠାରେ ନିରୀହ ଅଂଚଳବାସୀ,ଯୁବ, ଛାତ୍ର,ଚାଷୀ ସମସ୍ତେ ଡିଜିଟାଲ ହେବାରୁ ବଂଚିତ ଥିଲେ ।ଦିର୍ଘ ପ୍ରତିକ୍ଷା ପରେ ଆଜି ଡିଜିଟାଲ ସେବା ଚାଲୁ ହେଲା । ଡିଜିଟାଲ ସେବା ନେଇ ଅଂଚଳବାସୀ,ଯୁବଛାତ୍ର ସବୁରି ମହଲରେ ଆନନ୍ଦର ଲହରି ଖେଳିଯାଇଛି ।


