ମାନସିକ ପୂରଣ ପାଇଁ ସିମାଞ୍ଚଳ ମନ୍ଦିରରେ ୧୫୦୦୦ ନଡ଼ିଆ ଅର୍ପଣ କଲେ ବିଧାୟକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ନିଜର ମାନସିକ ପୂରଣ କରିବା ପାଇଁ ଗତକାଲି ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳ ଠାରେ ଥିବା ନୃସିଂହ ମନ୍ଦିରରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ।ନିଜ ମାନସିକ ପୁରଣ ପାଇଁ ୧୫ ହଜାରରୁ ଅଧିକ ନଡ଼ିଆ ମନ୍ଦିରରେ ଭାଙ୍ଗି ଭୋଗ କରିଛନ୍ତି। ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଲଗାତାର ତିନି ଥର ବିଜେଡି ବିଧାୟକ ଭାବେ ବିଜୟୀ ହୋଇ ଲୋକଙ୍କ ସେବା କରି ଆସୁଛନ୍ତି।ପ୍ରତି ନିର୍ବାଚନରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ବିରୋଧୀଙ୍କ ଠାରୁ ଯେତିକି ଭୋଟ ବ୍ୟବଧାନରେ ବିଜୟ କରିଥାନ୍ତି ସେତିକି ନଡ଼ିଆ ସେ ସୀମାଞ୍ଚଳର ପ୍ରସିଦ୍ଧ ନୃସିଂହ ଙ୍କ ଠାରେ ଅର୍ପଣ କରି ଆସୁଛନ୍ତି । ୨୦୦୯ ନିର୍ବାଚନରେ ୪୦୧୧ ଭୋଟ,୨୦୧୪ ରେ ୧୬୦୨୨ ଭୋଟ,୨୦୧୯ ନିର୍ବାଚନରେ ୧୩୯୬୯ ଭୋଟ ରେ ବିଜୟୀ ହୋଇଥିଲେ।ପ୍ରତିଥର ବିଜୟୀ ହେବା ପରେ ନୃସିଂହ ଙ୍କ ଠାରେ ନଡ଼ିଆ ଭାଙ୍ଗି ଭୋଗ କରିଥାନ୍ତି। ୨୦୧୯ ନିର୍ବାଚନରେ ବିଜୟୀ ହେବା ପରଠୁ ବାପାଙ୍କ ଦେହାନ୍ତ ଓ ପରେ କୋଭିଡ କଟକଣା ଯୋଗୁଁ ମାନସିକ ପୁରଣ କରି ପାରିନଥିଲେ। କିଛି ଦିନ ପୂର୍ବରୁ ବିଧାୟକଙ୍କ ହୃଦଘାତ ଜନିତ ଲକ୍ଷଣ ଯୋଗୁଁ ଭୁବନେଶ୍ଵରର ଏକ ଘରୋଇ ମେଡ଼ିକାଲରେ ଭର୍ତି ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ନିଜର ମାନସିକ ପୂରଣ କରିଛନ୍ତି। ୨୦୧୪ ନିର୍ବାଚନ ରେ ପୁଣି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ରୂପରେ ଦେଖିବା ପାଇଁ ଭଗବାନଙ୍କ ନିକଟରେ ମାନସିକ କରିଛନ୍ତି ବୋଲି କହିଛନ୍ତି ବିଧାୟକ।
ହିନ୍ଦୁ ଧର୍ମରେ ଲୋକେ ଭଗବାନଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଥାନ୍ତି। ଯାହା ବି ମାନସିକ ରଖିଲେ ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ସେହି ଆଧାରରେ ପ୍ରତି ନିର୍ବାଚନ ପୂର୍ବରୁ ଭଗବାନଙ୍କ ଠାରେ ମାନସିକ କରୁଛନ୍ତି ଶ୍ରୀ ସ୍ଵାଇଁ ।ନିର୍ବାଚନ ପରେ ଠାକୁରଙ୍କ ପାଖରେ ନଡ଼ିଆ ଭୋଗ କରିଥାନ୍ତି।ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ଆହୁରି ଭଲ ପଦର୍ଶନ କରିବ ବୋଲି ମାନସିକ ରଖିଥିବା କହିଛନ୍ତି ସୋରଡ଼ା ବ୍ଲକ ବିଜୁ ଜନତା ଦଳ ସଭାପତି ।
ବିଧାୟକଙ୍କ ପରିବାର ସଦସ୍ୟ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ,ନିର୍ବାଚନ ମଣ୍ଡଳୀରେ ଆସୁଥିବା ଦୁଇଟି ବ୍ଲକର ଅଧ୍ୟକ୍ଷ,ଦୁଇଟି ଏନ୍ ଏ ସି ର ଅଧ୍ୟକ୍ଷ,ସମସ୍ତ ଜିଲ୍ଲା ପରିଷଦ,ସରପଂଚ,ସମିତି ସଭ୍ୟ ଓ ୭୦୦ରୁ ଅଧିକ ସମର୍ଥକ ୧୨୦ଟି ଗାଡ଼ିରେ ଯାଇ ଠାକୁରଙ୍କ ଦର୍ଶନ କରି ଫେରିଛନ୍ତି। ଏହି ଅବସରରେ କିଛି ସମର୍ଥକ ମୁଣ୍ଡନ ହୋଇଥିବା ଦେଖିବାକୁ ମିଳିଛି ।


