ମାନସିକ ବିକୃତ ଯୁବକର ମୃତ୍ୟୁ

ନାଉଗାଁ,( ଯୁଗାବ୍ଦ ନ୍ୟୁଜ୍) : ନାଉଗାଁ ବ୍ଳକସ୍ଥିତ ଅଲଣାହାଟରେ ଦୀର୍ଘ ଦିନ ଧରି ରହି ଜଣେ ମାନସିକ ବିକୃତ ବ୍ୟକ୍ତି ରହି ଆସୁଥିଲେ । ତାଙ୍କର ରବିବାର ସକାଳୁ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ସରପଂଚ ନଳିନୀପ୍ରଭା ସାହୁ ଓ ବଜାର କମିଟିର ସଦସ୍ୟମାନଙ୍କ ସହାୟତାରେ ସୋମବାର ତାର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ୧୯୯୯ ମହାବାତ୍ୟା ପରେ ଏହି ମାନସିକ ବିକୃତ ଜଣଙ୍କ କେଉଁ ଆଡୁ ଚାଲି ଆସି ଏହି ବଜାରରେ ରହୁଥିଲେ । ନିଜ ନାମ ପ୍ରଦୀପ ବୋଲି କହୁଥିବା ବେଳେ ବଜାରରେ ବୁଲି ଦୋକାନ ବାରଣ୍ଡାରେ ରହୁଥିଲେ । ଦୀର୍ଘ ଦିନ ହେବ ବଜାରରେ ରହୁଥିବାରୁ ବଜାର କମିଟି ତରଫରୁ ତାର ଶେଷକୃତ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ