ଅଲଣା ସମବାୟ ସମିତି ପକ୍ଷରୁ ମୁଗ ଓ ବିରି ମଣ୍ଡି ଉଦଘାଟିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ): ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ସେବା ସମବାୟ ସମିତି ଦ୍ୱାରା ସୋମବାର ସମବାୟ ସମିତି ପରିସରରେ ମୁଗ ମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମିତିର ସଭାପତି ହରପ୍ରସାଦ ମହାନ୍ତି, ସଂପାଦକ ଶିବ ଚରଣ ନାୟକ, ଏସଆରସିଏସ ବିଜୟ କୁମାର ସାସମଲ, ମାର୍କଫେଡର ଗୋଦାମ ପରିଚାଳକ ଧିରେନ୍ଦ୍ର କୁମାର ବାରିକ, ଡିଇଓ ରଂଜନ କୁମାର ଲେଙ୍କା,ବୋର୍ଡ ସଦସ୍ୟ ସୁଶାନ୍ତ କୁମାର ଦାସ, ରୋହିତ କୁମାର ମହାନ୍ତି, ରୁଦ୍ର ନାରାୟଣ ନାୟକ, ପ୍ରତାପ କେଶରୀ ରାୟ ଆଦି ଉପସ୍ଥିତ ଥିଲେ । ଏହି ମଣ୍ଡିରେ ନାଉଗାଁ ବ୍ଳକର ଯେ କୌଣସି ପଂଚାୟତର ଚାଷୀ ନାମ ପଂଜିକରଣ କରି ମୁଗ ଦେଇ ପାରିବେ । ଖୋଲା ବଜାରରେ ବେପାରୀମାନେ କିଲୋ ପ୍ରତି ୫୦ଟଙ୍କା ଦରରେ ମୁଗ କ୍ରୟ କରୁଥିବା ବେଳେ ସରକାର ମଣ୍ଡି ମାଧ୍ୟମରେ କିଲୋ ପ୍ରତି ୬୯ଟଙ୍କା ୭୫ ପଇସା ଧାର୍ଯ୍ୟ କରାଯାଇଛି । ସେହିପରି ବିରି କିଲୋ ପ୍ରତି ବେପାରୀମାନେ ୩୫ଟଙ୍କାରେ କ୍ରୟ କରୁଥିବା ବେଳେ ସରକାର ମଣ୍ଡିରେ କିଲୋ ପ୍ରତି ୫୬ଟଙ୍କା ଧାର୍ଯ୍ୟ କରାଯାଇଥିବା ସମିତିର ସଂପାଦକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ପ୍ରଥମ କରି ଉକ୍ତ ବ୍ଳକରେ ଡେରିକି ଓ ଅଲଣାକୁ ନେଇ ୨ଟି ମୁଗ ଓ ବିରି ମଣ୍ଡି ଖୋଲି ଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ