ମା’ କ୍ଷେତ୍ରପାଳିନୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଲକ୍ଷ୍ମୀସାଗରର ଗ୍ରାମଦେବତୀ ମା’ କ୍ଷେତ୍ରପାଳିନୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ୮ ତାରିଖ ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ଦେବତ୍ତୋର କମିଶନ ଓଡ଼ିଶାଙ୍କ ପତିତପାବନ ଟ୍ରଷ୍ଟ ବୋର୍ଡ଼ ଇଣ୍ଡେକ୍ସ ନଂ-୧୨୦ (ପି) ଦୃଷ୍ଟେ ଗ୍ରାମଦେବତୀଙ୍କ ମନ୍ଦିର ଥିବାରୁ ନୀତିନିୟମ ମୁତାବକ ମା’ଙ୍କ କାର୍ଯ୍ୟ ସୁ·ରୁରୂପେ ପରି·ଳିତ ହେଉଛି । ପ୍ରଥମେ ସୂର୍ଯ୍ୟପୂଜା ପରେ ମା’ଙ୍କ ମାର୍ଜଣା ବିଧି ମୁତାବକ ଭକ୍ତିମତି ମାତୃମଣ୍ଡଳୀ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ସମ୍ପନ୍ନ ହୋଇଛି । ଘଣ୍ଟ ଘଣ୍ଟା, ମୃଦଳ ଓ ଶଙ୍ଖ କୀର୍ତ୍ତନର ଧ୍ୱନିରେ ମା’ଙ୍କ ପ୍ରାଙ୍ଗଣ ପ୍ରକମ୍ପିତ ହେବା ପରେ ପରେ ଶହ ଶହ ନରନାରୀ ଆନନ୍ଦଳରେ ପ୍ରସାଦ ସେବନ କରିଥିଲେ ବୋଲି ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଶାନ୍ତ କୁମାର ପରିଡ଼ା ଏକ ଲିଖିତ ବିବୃତ୍ତିରେ ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ