ଅସ୍ତରଙ୍ଗରୁ ଜଗନ୍ନାଥ ଧାମ୍ ପୁରୀକୁ ଚାଲିଲା ବ୍ୟାଟେରୀ ଚାଳିତ ବସ୍

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଅସ୍ତରଙ୍ଗରୁ ଜଗନ୍ନାଥ ଧାମ୍ ପୁରୀକୁ ଗଡ଼ିଲା ସୁପର ପ୍ରିମିୟମ ଲଗଜୁରୀ ବସ। ଅତ୍ୟାଧୁନିକ, ଆରାମ ଦାୟକ ଏବଂ ବ୍ୟୟବହୁଳ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଶୀତତାପ ନିୟନ୍ତ୍ରିତ ଓ ବ୍ୟାଟେରୀ ଚାଳିତ ବସ।ବସଟିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଲୋଗୋ ସାଙ୍ଗକୁ ସୁନ୍ଦର କାରୁକାର୍ଯ୍ୟ ହୋଇଥିବା ଷ୍ଟିକର ଲାଗିଛି। ଯାତ୍ରୀଙ୍କ ପାଈଁ ଆକର୍ଷଣୀୟ ସୁବିଧା ଯେପରିକି ଜିପିଏସ, ସ୍ୱତନ୍ତ୍ର ଅଗ୍ନିନିରାପତ୍ତା ବ୍ୟବସ୍ଥା ସହ ଭେଇକିଲ ଲୋକେସନ ଟ୍ରାକିଙ୍ଗ ଡିଭାଇସି ବା ଭିଏଲଟିଡି ସିଷ୍ଟମ ରହିଛି। ଯେ କୌଣସି ସମୟରେ କିଛି ଯାତ୍ରୀଙ୍କର ଅସୁବିଧା ହେଲେ ତୁରନ୍ତ ମୁଖ୍ୟ କାର୍ଯ୍ୟାଳୟ ଏବଂ କଣ୍ଟ୍ରୋଲ ରୁମକୁ ମେସେଜ ପହଂଚିପାରିବ। ପୂର୍ବ ରୁ ଶୀତତାପ ନିୟନ୍ତ୍ରିତ ଲକ୍ଷ୍ମୀବସ ଅସ୍ତରଙ୍ଗରୁ ପୁରୀ ମଧ୍ୟ ଯାତାୟାତ କରୁଥିଲା। କିନ୍ତୁ କିଛି ଦିନ ଚାଲିବା ପରେ ବନ୍ଦ ହେବାରୁ ବିଭିନ୍ନ ଗଣ ମାଧ୍ୟ୍ୟମରେ ଖବର ପ୍ରକାଶ ପରେ ସ୍ଥାନୀୟ ବ୍ୟକ୍ତିବିଶେଷ ଏକ୍ସ ମାଧ୍ୟମରେ ଅଭିଯୋଗ ସହ ପୁରୀକୁ ଏକ ବସଚଳାଚଳ ପାଈଁ ଦାବୀ ରଖିଥିଲେ। ପୁନର୍ବାର ନୂତନସରକାରଙ୍କ ସମୟରେ ଏହି ଶୀତତାପ ନିୟନ୍ତ୍ରିତ ବସ ଗଡିବାରୁ ସ୍ୱାଗତ କରିଛନ୍ତି ଜଗନ୍ନାଥ ପ୍ରେମୀ, ପର୍ଯ୍ୟଟକ ଓ ସ୍ଥାନୀୟ ଅଞ୍ଚଳବାସୀ। ଅସ୍ତରଙ୍ଗରୁ ପୁରୀକୁ ଯାତାୟାତ କରୁଥିବା ବସ ରୁଟ ନମ୍ବର ୫୭ରହିଥିବା ବେଳେ ଏହି ବସରେ ମହିଳାଙ୍କ ପାଈଁ ଟିକେଟ ମୂଲ୍ୟରେ ରିହାତି ସୁବିଧା ରହିବ ବୋଲି ସୂଚନା ମିଳିଛି। ଯାତ୍ରୀ ମାନଙ୍କୁ ଆରାମ ଦାୟକ ଯାତ୍ରା ସାଙ୍ଗକୁ, ଦିବ୍ୟାଙ୍ଗ ମାନଙ୍କ ଲାଗି ସ୍ୱତନ୍ତ୍ର ରାଂପର ସୁବିଧା ମଧ୍ୟ ରହିଛି। ସିସିଟିଭି କ୍ୟାମେରା ସାଙ୍ଗକୁ ସବୁ ପ୍ରକାର ସ୍ୱୟଂକ୍ରୀୟ ବ୍ୟବସ୍ଥାରେ ପରିପୂର୍ଣ୍ଣ ଏହି ବସରେ ଯାତ୍ରୀ ମାନେ ସୁରକ୍ଷିତ ଯାତ୍ରା କରିପାରିବେ। ଏହା ଦ୍ୱାରା ସ୍ଥାନୀୟ ଲୋକ ଯାତାୟାତ ସହ ତୀର୍ଥସ୍ଥଳୀକୁ ଯାତାୟାତ ସୁଗମ ହୋଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ