ମା ମଙ୍ଗଳା ଙ୍କ ସହସ୍ରାକୁମ୍ଭାଭିଷେକ
ନିମାପଡା, (ସନ୍ତୋଷ ଦାଶ):ଆଜି ଆଶ୍ୱିନମାସ ର ମୂଳାଷ୍ଠମୀ ତିଥି। ପାରମ୍ପରିକ ପ୍ରଥାନୁସାରେ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ସହସ୍ରାକୁମ୍ଭାଭିଷେକ ଓ ଦେବ୍ୟୁତଥାପନ ନୀତି ଅନୁଷ୍ଠିତ ହୋଇଯାଇଛି । ମା’ ଙ୍କୁ ୧୦୮ ଗରା ଶୁଦ୍ଧ ଜଳ ରେ ସ୍ନାନ କରାଯିବା ସହିତ ମା ଙ୍କ ପାଦତଳେ ପୂଜା ପାଉଥିବା ମା ଙ୍କ ଚଳନ୍ତି ପ୍ରତିମା ଓ ଦୁର୍ଗାମୂର୍ତ୍ତି ଙ୍କୁ ମଧ୍ୟ ଶୁଦ୍ଧସ୍ନାନ କରାଯାଇଛି । ଏଥି ସହିତ ମନ୍ଦିର ରେ ଆରମ୍ଭ ହୋଇଯାଇଛି ମା ଙ୍କ ୧୬ ଦିନାତ୍ମକ ପୂଜା ଅର୍ଥାତ ଶାରଦୀୟ ପାର୍ବଣ ପୂଜା ।ମା ଙ୍କ ଷୋଡ଼ଶ ଉପଚାର ପୂଜାପଣ୍ଡା ଭାବେ ସଞ୍ଜୟ କୁମାର ଦିକ୍ଷୀତ ଆଜି ର ପୂଜାନୀତି କରିଥିବା ବେଳେ ତାଙ୍କୁ ପୂଜାପଣ୍ଡା ହେମନ୍ତ ପାଢ଼ୀ ଓ ପାଳିଆ ପୂଜା ପଣ୍ଡା ଭାବେ ସର୍ବେଶ୍ଵର ଦିକ୍ଷୀତ ସହାୟତା କରିଥିଲେ। ମନ୍ଦିର ପୁରୋହିତ ଭାବେ ସୁରେଶ ଚନ୍ଦ୍ର ତ୍ରିପାଠୀ ଙ୍କୁ ମନ୍ଦିର ପ୍ରଶାସନ ନିଯୁକ୍ତି ପ୍ରଦାନ କରିଛି।ଶାରଦୀୟ ପାର୍ବଣ ପୂଜା ପାଇଁ ମା ମଙ୍ଗଳା ଙ୍କ ମନ୍ଦିର ଉତ୍ସବ ମୁଖର ହୋଇଉଠିଛି। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ମା ଙ୍କ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇଛି।


