ମିଆଁମାର ରତ୍ନପଥର ଖଣିରେ ଭୂସ୍ଖଳନ, ଅନ୍ୟୁନ ୫୦ ମୃତ

ନୂଆଦିଲ୍ଲୀ: ଉତ୍ତର ମିଆଁମାର ଅନ୍ତର୍ଗତ ଏକ ‘ଜେଏଡ୍’ (ସବୁଜ ରଙ୍ଗର ରତ୍ନପଥର) ଖଣିରେ ଭୂସ୍ଖଳନ ହୋଇଛି। ଏଥିରେ ଅନ୍ୟୁନ ୫୦ ଜଣ ବ୍ୟକ୍ତି ଭଙ୍ଗାରୁଜା ଆବର୍ଜନା ସ୍ତୂପ ତଳେ ପୋତି ହୋଇ ମୃତ୍ୟୁବରଣ କରିଛନ୍ତି। ଖଣି ଶ୍ରମିକମାନେ କାଚିନ୍ ପ୍ରଦେଶର ‘ଜେଏଡ୍’ ସମୃଦ୍ଧ ହ୍ପାକାନ୍ତ ଅଞ୍ଚଳରେ ରତ୍ନ ପଥର ସଂଗ୍ରହ କରୁଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଗୋଟାଏ କାଦୁଅ ସ୍ରୋତ ଆସି ସେମାନଙ୍କୁ ପୋତି ପକାଇଥିବା ଫାୟାର୍ ସର୍ଭିସିଁ ଏକ ଫେସ୍‌ବୁକ୍ ପୋଷ୍ଟ୍‌ରେ କହିଛି। ଏବେ ସୁଦ୍ଧା ୫୦ଟି ଶବ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଠିକ୍ ଭାବେ ପରିଚାଳନା ହେଉ ନ ଥିବାରୁ ସେଠାକାର ଖଣିମାନଙ୍କରେ ମାରାତ୍ମକ ଭୂସ୍ଖଳନ ଏବଂ ଅନ୍ୟାନ୍ୟ ଦୁର୍ଘଟଣା ଘଟିବା ମାମୁଲି କଥା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ