ମିଠା ବ୍ୟବସାୟୀ ଙ୍କ ଆତ୍ମ ହତ୍ୟା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ପୁଡ଼ାମରି ପଞ୍ଚାୟତ ର ଜଣେ ବ୍ୟକ୍ତି ଆତ୍ମ ହତ୍ୟା କରିଥିବା ଜଣାପଡିଛି। ଖବର ପ୍ରକାରେ ପୁଡ଼ାମରୀ ଗ୍ରାମର ଟୁଟୁ ବାଡତ୍ୟା ନିଜେ ବେକରେ ରସି ଲଗାଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି। ପୁଡ଼ାମାରି ବସଷ୍ଟାଣ୍ଡ ରେ ମିଠା ଦୋକାନ କରିଥିବା ବେଳେ ବ୍ୟବସାୟରେ କ୍ଷତି ପରିମାଣ ବହୁତ ବଢ଼ି ଶୁଝିବା ପାଇଁ ସାହାସ ପାଇଲା ନାହିଁ। କରଜ ଉଦ୍ଧାର ଶୁଝିନପାରିବାରୁ ନିଜେ ଆତ୍ମ ହତ୍ୟା କରିଥିବା ଶୁଣିବାକୁ ମିଳିଛି।ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଇଛି। ଏ ନେଇ ଅପମୃତ୍ୟୁ ମାମଲା ୧୯/୨୨ ରୁଜୁ କରିଛି। ଏହାର ତଦନ୍ତ କରୁଥିବା ପୋଲିସ କହିଛି।


