ମୁକ୍ତା ଯୋଜନାରେ ଦୁଇ କୋଟି ଟଙ୍କାର କାର୍ଯ୍ୟାଦେଶ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଏନ୍.ଏ.ସି. କଲ୍ୟାଣ ମଣ୍ଡପରେ ମୁଖ୍ୟମନ୍ତ୍ରୀ କର୍ମ ତପ୍ତର ଅଭିଯାନ ( ମୁକ୍ତା ) ଓ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଜୁଲାଇ ୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏହି କାର୍ଯ୍ୟକ୍ରମରେ ଅତିଥି ଯୋଗଦେଇ ମିଶନ ଶକ୍ତି ମହିଳାମାନଙ୍କୁ ଦୁଇ କୋଟି ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରିବା ସହ ୨୩ ଜଣ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମୀ ରଞ୍ଜନ ଦାଶ ମୁକ୍ତା ଯୋଜନା ପାଇଁ ୩ କୋଟି ୯୬ ଲକ୍ଷ ଟଙ୍କା ଆସିଥିବା ବେଳେ ସହରର ସୌନ୍ଦର୍ଯ୍ୟ କରଣ ପାଇଁ ବର୍ତ୍ତମାନ ୨ କୋଟି ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ ହୋଇଥିବା ପ୍ରକାଶ କରିଥିଲେ। ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ ଉପସ୍ଥିତ ଥିଲେ। କାଉନସିଲର, ସହରବାସୀ, ମିଶନ ଶକ୍ତି ମହିଳା ଗୃପ, ଓ ହିତାଧିକାରୀ ବୃନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ