ମୁକ୍ତା ଯୋଜନା ରେ ପ୍ରକଳ୍ପ ମଂଜୁର ପାଇଁ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ଆଜି ଦିବା ଚାରି ଘଟିକା ସମୟରେ କରଞ୍ଜିଆ ପୂର୍ତ୍ତବିଭାଗ ଡ଼ାକବଙ୍ଗଳା ଠାରେ କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ଯେଉଁଥିରେ ପ୍ରଚଳିତ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା “ମୁକ୍ତା” ଯୋଜନା ମାଧ୍ୟମରେ କରଂଜିଆ ଏନଏସିର ବିଭିନ୍ନ ୱାର୍ଡରେ ୨.୫୮କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକ୍ଷମ ହେବାକୁ ଥିବା ମୋଟ ୩୬ଟି ଉନ୍ନୟନ ମୂଳକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ମିଳିଲା ପରେ ମୁଖ୍ୟମନ୍ତ୍ରୀ ଓ ଫାଇଭ ଟି ସଚିବଙ୍କୁ କୃତଜ୍ଞତା ଜଣେଇଲେ । ପ୍ରକଳ୍ପ ଗୁଡିକ ମଧ୍ୟରେ ତିନଟି କ୍ଷୁଦ୍ର ଉଦ୍ୟାନ ପାଇଁ ତେଷଠୀ ଲକ୍ଷ, ଆଠଟି ପବ୍ଲିକ ଜିମ ପାଇଁ ଷାଠିଏ ଲକ୍ଷ, ସତଟି ଶିଶୁ କ୍ରୀଡା ଉଦ୍ୟାନ ପାଇଁ ଅଣତିରିଶ ଲକ୍ଷ,ଚାଲିବା ରାସ୍ତା ତେର ଗୋଟି ପାଇଁ ଚଉରାଳିଶ ଲକ୍ଷ, ଗୋଟିଏ ଜଳାଶୟ ପାଇଁ ଚବିଶ ଲକ୍ଷ, ଗୋଟିଏ ଖେଳ ପଡିଆ ପାଇଁ ତେର ଲକ୍ଷ, ଦୁଇଟି ସ୍ଵଚାଳୟ ପାଇଁ ଛଅ ଲକ୍ଷ, ଗୋଟିଏ ରାସ୍ତାକଡ଼ ବିକ୍ରୟ ସ୍ଥଳୀ ପାଇଁ ଉଣେଇଶ ଲକ୍ଷ ସର୍ବମୋଟ ଛତିଶ ଟି ପ୍ରକଳ୍ପ ପାଇଁ୨.୫୮କୋଟି ଟଙ୍କା ମଂଜୁର ହୋଇଥିବା ସୂଚନା ଦେଇଥିଲେ ବିଧାୟିକା ଏହି ସାମ୍ବାଦିକ ସମ୍ମିଳନୀ ରେ ବରିଷ୍ଠ ନେତା ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଦିଲ୍ଲୀପ ସାହୁ, ପୂର୍ବତନ ନଗରପାଳ ପ୍ରେମଜିତ ସାହୁ, ଜିଲ୍ଲା ସଭାପତି (ଛାତ୍ର ) ଅନିଶ ମାନ୍ନା,ପୂର୍ବତନ ଉପନଗରପାଳ ଗିରିଧାରୀ ପୃଷ୍ଟି, ସ୍ୱରୂପ କୁମାର ପରିଜା,ସିପୁ ନାୟକ, ଗୌରୀଶଙ୍କର ସିଂନ୍ହା ପ୍ରମୁଖ ଉପସ୍ଥିତ ଥିଲେ ।


