ପ୍ରଜ୍ଞାମିଶନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅକ୍ସିଫ୍ଲୋମିଟର ଓ ମାସ୍କ ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କରୋନା ମହାମାରୀକୁ ଦୃଢ ଭାବରେ ଦମନ କରାଯିବାକୁ ସୁଦୃଢ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଛି । ତେଣୁ ଏହି ଅବସରରେ ପ୍ରଜ୍ଞାମିଶନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକଶହ ଅକ୍ସିଫ୍ଲୋମିଟର ଓ ୫ହଜାର ଏନ-୯୫ ମାସ୍କ ପ୍ରଦାନ କରାଯାଇଛି । ଏନ-୯୫ ମାସ୍କ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କରୋନାରୁ ସୁରକ୍ଷା ପ୍ରଦାନ କରିବ । ମିଶନ ପକ୍ଷରୁ ସ୍ୱାମୀ ସୁଙ୍ଗିତାନନ୍ଦ ଗିରି ଏହି ଏକଶହ ଅକ୍ସିଫ୍ଲୋମିଟର ଓ ୫ହଜାର ଏନ-୯୫ ମାସ୍କ ଜିଲ୍ଲା କରୋନା ନୋଡାଲ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ