ମୁଖ୍ୟମନ୍ତ୍ରୀ’ଙ୍କ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ପୂର୍ତ୍ତ ଡାକବଙ୍ଗଳା ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ’ଙ୍କ ୭୭’ ତମ ଜନ୍ମଦିନ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି ମହତ ରକ୍ତଦାନ କାର୍ଯ୍ୟକ୍ରମକୁ ମୟୂରଭଞ୍ଜ (୨) ଯୁବ ବିଜେଡି ସଭାପତି ଅଭିଷେକ ପଟ୍ଟନାୟକ,ବହଳଦା ବ୍ଳକ ବିଶିଷ୍ଟ ଯୁବ ସମାଜସେବୀ ରାହୁଲ ଯାଦବ, ବହଳଦା ବ୍ଳକ ଯୁବ ବିଜେଡି ସଭାପତି ପ୍ରବୀର ଦାସ, ରାଜ୍ୟ ଛାତ୍ର ବିଜେଡ଼ି ସଂପାଦକ ବିକାଶ ମହାନ୍ତ,ଵହଳଦା ବ୍ଳକ ଛାତ୍ର ବିଜେଡ଼ି ସଭାପତି ରସୁଦ ବିଶୋଇଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡି ସଂପାଦକ ତଥା ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି,ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ମୟୂରଭଞ୍ଜ (୨) ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ,ଜିଲ୍ଲା ଉପସଭାପତି ସବାଷ ମଣ୍ଡଳ, ଜିଲ୍ଲା ସାଧାରଣ ସଂପାଦକ ପଙ୍କଜ ରାଉତ, ପୂର୍ବତନ ବିଧାୟକ ସାହିବା ଶୁଶୀଲ ହାଁସଦା, ଜିଲ୍ଲା ସଂପାଦକ ରାଜେନ୍ଦ୍ର ମଲ୍ଲିକ,ବହଳଦା ବ୍ଳକ ସଭାପତି ହରେକୃଷ୍ଣ ମଣ୍ଡଳ, ସଂପାଦକ ମୟୂରଭଞ୍ଜ (୨)ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ୨୬ ନମ୍ଵରଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦା, ୨୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଭଗବତୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରର ଫିତା କାଟି ଶୁଭ ଉଦ୍ଘାଟନ କରିବା ସହ ରକ୍ତଦାନ ଭଳି ମହତ କାର୍ଯ୍ୟ କ୍ରମରେ ଉତ୍ସର୍ଗୀକୃତ ମନୋଭାବ ରଖିଥିବା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ପରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ତଥା ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ ଓ ସୁସ୍ଥ ସ୍ବାସ୍ଥ୍ୟ ନେଇ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବା ସହ ଜଗନ୍ନାଥ ମହାପ୍ରଭୁ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀଙ୍କ ପାଇଁ ଅଧିକ ସେବାପାଇଁ ଶକ୍ତି ଓ ଧୈର୍ଯ୍ୟ ଦିଅନ୍ତୁ ତଦସହ ସହ କେକ୍ କାଟି ଜନ୍ମୋତ୍ସବ ମହା ଆନନ୍ଦ ଉଲ୍ଲାସର ସହ ପାଳିଥିଲେ ।ଉନ୍ନୟନ ପର ଏହା ସହିତ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତନୁଜା ମହାନ୍ତ, ଜିଲ୍ଲା ଉପସଭାପତି ସୁବାଷ ମଣ୍ଡଳ, ଜିଲ୍ଲା ସାଧାରଣ ସଂପାଦକ ପଙ୍କଜ ରାଉତ, ପୂର୍ବତନ ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ କୁମାର ହାଁସଦାଃ, ବିଜୁ ଯୁବ ଛାତ୍ର ଜନତା ଦଳ ଜିଲ୍ଲା ସଂପାଦକ ରାହୁଲ ଯାଦବ ବିଜୁଛାତ୍ର ଜନତା ଦଳ ସଭାପତି ନିହାଲ ଅଗରଓ୍ବାଲା, ଜିଲ୍ଲା ସଂପାଦକ ରାଜେନ୍ଦ୍ର ମଲ୍ଲୀକ, ଯୁବ ସଭାପତି ପ୍ରବୀର ଦାସ, ବହଳଦା ବ୍ଲକ ସଭାପତି ହରେକୃଷ୍ଣ ମଣ୍ଡଳ, ୨୦’ ନଂ ଜୋନ ଜିଲ୍ଲା ପରିଷଦ ପରେଶଚନ୍ଦ୍ର ମୁଣ୍ଡା, ୨୫’ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଭଗବତୀ ମିଶ୍ର ଏବଂ ୨୬’ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସୂର୍ଯ୍ୟମଣୀ ହାଁସଦାଃ ପ୍ରମୁଖ’ଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ’ଙ୍କ ଜନ୍ମ ଦିନ ଉପଲକ୍ଷେ କେକ୍ କଟା ଯାଇ ଜନ୍ ଦିନ ଉତ୍ସବ ପାଳନ କରାଯାଇଥିଲା।ପରେ ବହଳଦା ବିଜେଡ଼ି ତରଫରୁ ନବ ନିଯୁକ୍ତି ପାଇଥିବା ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଏବଂ ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାକୁ ମାରାଣ୍ଡୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ରକ୍ତଦାନ ଶିବିରରେ ମୋଟ ୧୫୦’ ୟୁନିଟ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ । ସଂଗ୍ରହ କର ରାଇରଙ୍ଗପୁର ଉପଖଣ୍ଡ ରକ୍ତ ଭଣ୍ଡାର ଡାକ୍ତର ପି.ପି. ମିଶ୍ର, ଏବଂ ରକ୍ତ ଭଣ୍ଡାର କର୍ମଚାରୀ ଙ୍କ ଦ୍ଵାରା ରକ୍ତ ସଂଗ୍ରହ ହୋଇଥିଲା ।ବିଜୁ ଯୁବ ଛାତ୍ର ଜନତା ଦଳ ସଂପାଦକ ରାହୁଲ ଯାଦବ’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ପରିଚାଳନାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ରନାଥ ମାର୍ଣ୍ଡି, ବହଳଦା ସରପଞ୍ଚ ଲକ୍ଷ୍ମଣ ହାଁସଦାଃ, ସମିତି ସଭ୍ୟା ସୀତାମଣୀ ହେମ୍ବ୍ରମ, ବାବଲା ପାତ୍ର, ବିଜୁ ଯୁବଛାତ୍ର ବ୍ଲକ ସଭାପତି ରସୁଦ ବିଶୋଇ, ପଙ୍କଜ କୁମାର ସାହୁ, ମାନସ ରଣା, ରନକ ସାହୁ ଏବଂ ସତ୍ୟବ୍ରତ ମିଶ୍ର ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ମୁଖ୍ୟ ଆୟୋଜକ ବିଶିଷ୍ଟ ଯୁବ ବିଜେଡି ନେତା ରାହୁଲ ଯାଦବ ଏହି ରକ୍ତଦାନ ଶିବିରକୁ ସମସ୍ତ ଅତିଥିବୃନ୍ଦ,ଦଳୀୟ କର୍ମୀ,ରକ୍ତଦାତା ଉପସ୍ଥିତ ରହି ଅକୁଣ୍ଠ ସହଯୋଗ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ