ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହେଲା ଅଗ୍ରଣୀ ଅନୁଷ୍ଠାନ ଆଗର୍ତ

ବ୍ରହ୍ମପୁର ,(ଯୁଗାଦ୍ଦନ୍ୟୁଜ) : ବୁଧବାର ବ୍ରହ୍ମପୁରର ଅଗ୍ରଣୀ ଅନୁଷ୍ଠାନ ଆଗର୍ତ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ତଥା ଅନେକ ସ୍ୱୟଂ ସହାୟକ ଗୋଷ୍ଠୀର ଅର୍ଥନୈତିକ ମାନଦଣ୍ଡରେ ପରିବର୍ତ୍ତନ ଆଣିଥିବା ଏହି ସଂଗଠନକୁ ଭୁବନେଶ୍ୱରର ରେଲୱେ ପ୍ରେକ୍ଷାଳୟରେ ଆୟୋଜିତ ବର୍ଣ୍ଣାଢ୍ୟ କ।ର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି । ଏହି ଅନୁଷ୍ଠାନ ଅନେକ ସ୍ୱୟଂ ସହାୟକ ଗୋଷା୍‌ଠୀକୁ ୨୦୧୮ ମସିହାରୁ ଅନେକ ସାମାଜିକ କ।ର୍ଯ୍ୟକ୍ରମରେ ସାମିଲ କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ସରକାରଙ୍କ ପକ୍ଷରୁ ମିଶନ ଶକ୍ତି କ।ର୍ଯ୍ୟକ୍ରମରେ ଯୋଗାଇଦିଆଯାଉଥିବା ଅନେକ ଧନ୍ଦାମୁଳକ କ।ର୍ଯ୍ୟକୁ ମହିଳା ମାନଙ୍କୁ ସାମିଲ କରାଯାଉଛି । ଯାହାଦ୍ୱାରା ମହିଳାମାନେ ଦୁଇ ପଇସା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି । ଏହି ଆଗର୍ତ୍ତ୍ୟ ସଂଗଠନ ପାଖାପାଖି ୭୭୪ ସଂୟ ସହାୟକ ଗୋଷ୍ଠୀଙ୍କୁ ଏକତ୍ର କରି ସେପ୍ଟେମ୍ବର ୨୦୧୮ ମସିହାରୁ ବିଭିନ୍ନ କାର‌୍ୟ୍ୟକ୍ରମରେ ସାମିଲ କରାଯାଇଛି । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୭ହଜାରରୁ ଉର୍ଦ୍ଧ ମହିଳା ଏହି ଆଗର୍ତ୍ତ ସଂଗଠନରେ ସାମିଲ ହୋଇ ମହିଳା ସଶକ୍ତିକରଣ ଉପରେ ଉଦାହରଣ ସୃଷ୍ଟି କରିଛନ୍ତି । ଏହା ସହ ରାଜ୍ୟ ଓ ରାଜ୍ୟ ବାହରର ର ବିଭିନ୍ନ ସ୍ଥାନରେ ସେମାନଙ୍କର ହାତ ତିଆରି ଜିନିଷ ଯଥା – ବଢି , ପାମ୍ପଡ , ଆଚାର ପରି ଅନେକ ଜିନିଷ କୁ ବିକ୍ରୟ କରି ଦୁଇ ପଇସା ଅର୍ଜନ କରି ନିଜର ଆର୍ଥିକ ମାନଦଣ୍ଡ ସୁଦୃଢ କରିଥାନ୍ତି । ଏହି ସଂଗଠନ ସ୍ୱଂୟ ସହାୟକ ଗୋଷ୍ଠା ମାନଙ୍କୁ ୧୫ ମାସିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରି ଏମାନଙ୍କୁ ତାଲିମ ଦେଇଥଆଏ । ଖାଲି ଯେ , ଏମାନେ ବଢି ପାମ୍ପଡ ତିଆରି କରିଥାନ୍ତି ତାହା ନୁହେଁ ସ୍ୱଚ୍ଛ ଭାରତ ମିଶନରେ ମଧ୍ୟ ସାମିଲ ହୋଇ କମ୍ୟୁନିଟ ଟଏଲଟକୁ କିପରି ଭାବେ ମ୍ୟନେଜ କରାଯିବ ତାହାର ପ୍ରଶିକ୍ଷଣ ଏମାନଙ୍କୁ ଦିଆଯାଇଛି । ଏଥିପାଇଁ ଜାତୀୟ ସ୍ତରରେ ଆଗର୍ତ୍ତ ସଂଗଠନକୁ ସମ୍ମାନଜନକ ସ୍ୱଚ୍ଛ ଏକ୍ସିଲେନ୍ସି ଆୱାର୍ଡ ତୃତୀୟ ଥର ପାଇଁ ମିଳିଛି । ବର୍ତ୍ତମାନ ଏହି ସଂଗଠନର ସଦସ୍ୟାମାନେ ସେଫ୍ଟିକ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉପରେ ପ୍ରଶିକ୍ଷଣ ନେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ