କନ୍ଧମାଳର ସାହିତ୍ୟିକ କବି ନୃସିଂହାନନ୍ଦ ମହାପାତ୍ର ପୁରୀ ଠାରେ ସମ୍ୱର୍ଦ୍ଧିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳର ସୁନାମଧନ୍ୟ ସାହିତ୍ୟିକ, ସଂଗଠକ, ସମାଜସେବୀ, ଶିକ୍ଷାବିତ ନୃସିଂହାନନ୍ଦ ମହାପାତ୍ରଙ୍କୁ ପୁରୀଠାରେ ସୁଲେଖା ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ତାର ୪୧ତମ ବାର୍ଷିକ ଉତ୍ସବ ଅବସରରେ ସମ୍ୱର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ସାହିତ୍ୟିକ ଗୌରାଙ୍ଗ ଚରଣ ପରିଡା, ଅଧ୍ୟାପକ ଜନ୍ମେଜୟ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ । ଏହିଭଳି ଢେଙ୍କାନାଳଠାରେ ଆୟୋଜିତ ସାହିତ୍ୟ ସଭାରେ ମାଇକ୍ରୋ ମେଡିଆ ଆୱାରନେସ ତରଫରୁ ପ୍ରତିଭା ସମ୍ମାନ ୨୦୨୧ ସମ୍ୱର୍ଦ୍ଧିତ କରାଯାଇଅଛି । ଏହି ସଭାରେ ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲାପାଳ ସରୋଜ କୁମାର ସେଠି, ସଂସଦ ମହେଶ ସାହୁ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିମାନେ ସମ୍ୱର୍ଦ୍ଧିତ ପ୍ରତିଭା ଶ୍ରୀ ମହାପାତ୍ରଙ୍କର ଭୁୟସୀ ପ୍ରଶଂସା କରିଥିଲେ । ଏହା ପୂର୍ବରୁ ଶ୍ରୀ ମହାପାତ୍ର ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ପୁରସ୍କାର ଓ ମାନପତ୍ର ପାଇଛନ୍ତି । ତାଙ୍କ ଦ୍ୱାରା ଲିଖିତ ଲାଜେଇ ଝିଅ, ପ୍ରିୟା ବାସନ୍ତୀ, ଜଗତର ନାଥ ଆମ ଜଗନ୍ନାଥ, ଆତ୍ମ ଚିନ୍ତନ, ନୀତିଶିକ୍ଷା, ଗୁରୁ ବ୍ୟକ୍ତି ନୁହେଁ ଗୁରୁ ଶକ୍ତି, ଗୁରୁ ଅମୃତର ଖଣି, ଶଙ୍କର ଦିଗବିଜୟୀ, ଆର୍ଯ୍ୟାବର୍ତ୍ତର ମହା ମନୀଷୀଗଣ, ବୈଦିକ ଆଚାର୍ଯ୍ୟଗଣ ଆଦି ପୁସ୍ତକ ବେଶ ପାଠକୀୟ ଆଦୃତି ଲାଭ କରିଛି । ବୃତ୍ତିରେ ସେ ଫୁଲାବାଣୀ ଆଇଟି.ଆଇର ତାଲିମ ଅଧିକାରୀ ଥିଲା ବେଳେ ଫୁଲାବାଣୀ ଜିଲ୍ଲା ଲେଖକ ସାମୁଖ୍ୟର କୋଷାଧ୍ୟକ୍ଷ, ନିରଞ୍ଜନ ବେଦାନ୍ତ ସେବା ସମିତିର କୋଷାଧ୍ୟକ୍ଷ, ରୋଟକ୍ଷରି କ୍ଲବର ଆଜୀବନ ସଦସ୍ୟ, ସମ୍ବାଦ ସାହିତ୍ୟ ଘରର ସଦସ୍ୟ ପ୍ରଭୃତି ଅଛନ୍ତି । କନ୍ଧମାଳର ସାହିତ୍ୟିକ ମାନେ ତାଙ୍କର ଏ ସଫଳତାରେ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ