ମୁମ୍ବାଇରେ ସରିଲା ରଥଯାତ୍ରା ଉତ୍ସବ, ଜମିଲା ଓଡ଼ିଆଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :-ମୁମ୍ବାଇ : ନଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ଶେଷ ହୋଇଛି । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା କରାଯାଇଥିଲା । ୨୦୦୬ମସିହାରୁ ଉଦ୍ୟେକ୍ତା ଭାବେ ରାମ ପ୍ରସାଦ ମୁଦୁଲି ରଥ ଯାତ୍ରା ଆରମ୍ଭ କରିଥିଲେ । ୨୦୦୮ରୁ ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ମାଧ୍ୟମରେ ବିଭିନ୍ନ ଓଡ଼ିଆ ସାମିଲ ହୋଇ ଟ୍ରଷ୍ଟର ସଦସ୍ୟ ଓ ସେବକମାନେ ସହଯୋଗ ଦ୍ୱରା ଏହି ରଥଯାତ୍ରା ମହୋତ୍ସବ ହୋଇ ଆସୁଛି । ଭକ୍ତ ମାନଙ୍କ ଗହଣରେ ରଥଯାତ୍ରାର ଉଦ୍ୟୋକ୍ତା ଓଡ଼ିଆ ପୁଅ ରାମ ପ୍ରସାଦ ମୁଦୁଲିଙ୍କ ଦ୍ୱାରା ଛେରା ପହଁରା ସମ୍ପାଦ୍ଖଚ୍ଛ ହୋଇଥିଲା । ପାରମ୍ପରିକ ଘଂଟ ବାଦ୍ୟରେ ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ପ୍ରାୟ ୧୦ହଜାର ଏହି ଯାତ୍ରାରେ ସାମିଲ ହୋଇଥିଲେ । ପ୍ରତିଦିନ ପ୍ରସାଦ ସେବନ ଓ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଶ୍ରୀଜିଉଙ୍କ ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଯାତ୍ରା ନୀତି ସମାପନ ହୋଇଛି । ଏହି ଅବସରରେ ଓଡ଼ିଶାର ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ ନୃତ୍ୟ ପରିବେଷଣ କରିଥିଲା । କଳାକାରମାନେ ଓଡ଼ିଶୀ, ନୃତ୍ୟ, ଲୋକ ନୃତ୍ୟ ଓ କ୍ରୀଏଟିଭ୍ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟଶିଳ୍ପୀ ପ୍ରେମାଞ୍ଜଳି ମିଶ୍ର, ବର୍ଷାରାଣୀ ପଟ୍ଟନାୟକ, ସାଇଶ୍ରୀ ଦାଶ, ସୂର୍ଯ୍ୟସ୍ନାତା ପଟ୍ଟନାୟକ, ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, ପ୍ରତିକ୍ଷା ଭୋଇ, ସର୍ବପ୍ରୀୟା ଆରୁସି ଛୋଟରାୟ, ସୁଭ୍ରାଗିଂ ମହାନ୍ତି, ସସ୍ମିତା ଭୋଇ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ