ସରକାର ଙ୍କ ଜମି ଉର୍ନତି କରଣ କାର୍ଯ୍ୟ ପ୍ରଶଂସନୀୟ

ଫୁଲବାଣୀ, (ସୁନୀଲ କୁମାର ବେହେରା) :-କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ସୁଡୁରୁକୁମ୍ପା ପଞ୍ଚାୟତ ର ରାଣିପଥର, ଖାନ୍ଧୀକୁଟି ଗ୍ରାମରେ ଜମିର ଉର୍ଣ୍ଣତି କରିବା ପରେ ଅତି ସୁନ୍ଦର ଦେଖାଯାଉଛି । ଜମି ଉର୍ଣ୍ଣତି କରଣ ରେ ସରକାର ବର୍ଷ କୁ କୋଟି କୋଟି ଖର୍ଚ୍ଚ କରି ଦିନ ମଜୁରିଆ ଙ୍କ ପେଟ ପୋଷିବା ରେ ମାହୀର ଅଛନ୍ତି । ଏହି କାମରେ କୌଣସି ମେସିନୀ ଲଗାଯାଉନାହିଁ । ଏହି ଗ୍ରାମର ଲୋକମାନେ ଅର୍ଥାତ ଶ୍ରମିକ ମାନେ କାମ କରନ୍ତି ଏବଂ ଉଚିତ ମୁଲ୍ୟ ମଧ୍ୟ ପାଇଥିବା ପ୍ରକାଶ କରୁଛନ୍ତି । ଜବକାର୍ଡ ରେ ଲୋକମାନେ ବହୁତ ଉପକୃତ ହେଉଥିବା ଦେଖିବାକୁ ମିଳୁଛି ବୋଲି ଗ୍ରାମର ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି । ନୂଆ ମେମ୍ବର ମଧ୍ୟ ଗ୍ରାମର ଉର୍ଣ୍ଣତି ଦିଗରେ ମନ ବଳେଇଥିବା ଗ୍ରାମର ଲୋକମାନେ କହୁଛନ୍ତି । ସମାଜ ସେବୀ ତଥା ସମିତିସଭ୍ୟ ବୈଦ୍ୟନାଥ ବେହେରା ପଞ୍ଚାୟତ ର ସବୁ କାମ ଉପରେ ନଜର ରଖିଛନ୍ତି ଏବଂ ପଞ୍ଚାୟତ ର ଉର୍ଣ୍ଣତ ଚିନ୍ତା କରୁଥିବା ଦେଖିବାକୁ ମିଳିଛି । ଗ୍ରାମର କୌଣସି ଲୋକମାନେ ବିଡିଓ ଙ୍କ ପାଖରେ କୌଣସି ଅଭିଯୋଗ କରିନଥିବା ସମିତି ସଭ୍ୟ ବୈଦ୍ୟନାଥ ବେହେରା ପ୍ରକାଶ କରିଛନ୍ତି । ଖଜୁରିପଡା ବିଡିଓ ବ୍ଲକ ର ସବୁ ଅଞ୍ଚଳ ବୁଲାବୁଲି କରି ବ୍ଲକ ର ସବୁ କାମରେ ଆଗ୍ରହର ସହ କରୁଥିବା ଯୋଗୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରୁଛନ୍ତି । ପଞ୍ଚାୟତରେ ଜଣେ ଜଣାଶୁଣା ଏବଂ ଲୋକଙ୍କ ସୁଖଦୁଃଖ ରେ ଛିଡା ହେଉଥିବା ଠିକାଦାର ଅଶୋକ କୁମାର ବେହେରା ସଚ୍ଚୋଟ ଭାବେ ତଥା ଗ୍ରାମର ଉର୍ଣ୍ଣତି କୁ ଲକ୍ଷ କରି କାମ କରି ଆସୁଥିବା ଗ୍ରାମ ଲୋକମାନେ ପ୍ରକାଶ କରିଛନ୍ତି । ଅଶୋକ ବେହେରା ଜଣେ ଖାଲି ଠିକାଦାର ନୁହନ୍ତି ସେ ଜଣେ ସାହାଯ୍ୟ କାରୀ ଲୋକ ଅଟନ୍ତି।ଏହିଭଳି ଉତ୍ତମ କାର୍ଯ୍ୟ ପାଇଁ ଗ୍ରାମର ଲୋକେ ଅଶୋକ କୁ ବହୁତ ଭଲ ପାଆନ୍ତି । ଲୋକମାନେ ଅତି ଆନନ୍ଦର ସହ କାମକରି ଦି ପଇସା ପାଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ